କେ ଏଲ୍ ରାହୁଲ ନୁହେଁ, ଦିଲ୍ଲୀକୁ ମିଳିଲା ନୂଆ କ୍ୟାପ୍ଟେନ
ସବୁ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଦିଲ୍ଲୀ କ୍ୟାପିଟାଲ୍ସ ଶେଷରେ ନିଜ ଅଧିନାୟକ ନାଁ ଘୋଷଣା କଲା। କେ ଏଲ୍ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ନୁହେଁ ବରଂ ଦିଲ୍ଲୀକୁ ମିଳିଲା ନୂଆ ଅଧିନାୟକ।
ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି IPL ୨୦୨୫। ଏଥିପାଇଁ ପ୍ରାୟ ସବୁ ଦଳର କ୍ୟାପ୍ଟେନଙ୍କ ନାଁ ଘୋଷଣା ସରିଥିଲା। ହେଲେ ବାକି ରହିଯାଇଥିଲା କେବଳ ଦିଲ୍ଲୀ କ୍ୟାପିଟାଲ୍ସ। ହେଲେ ଏବେ ସେହି ସସପେନ୍ସ ଉପରୁ ମଧ୍ୟ ପରଦା ଉଠିଛି ।
ଆଉ ଦିଲ୍ଲୀକୁ ମିଳିଛି ନୂଆ କ୍ୟାପ୍ଟେନ। ବହୁ ଦିନର ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପିଡିଛି। ହେଲେ ସବୁଠାରୁ କୌତୁହଳର ବିଷୟ ଏହାକି ଦିଲ୍ଲୀ କ୍ୟାପିଟାଲ୍ସର କ୍ୟେପ୍ଟନ ଚୟନ ପ୍ରକ୍ରିୟା ପୁରା ରାଜନୈତିକ ନେତା ମନ୍ତ୍ରୀ ଚୟନ ପରି ଜହୋଇଯାଇଛି। ଯାହାର ନାଁ ଚର୍ଚ୍ଚା ହେଉଥିଲା ସେ କ୍ୟାପ୍ଟେନରୁ ବାଦ୍ ପଡିଛନ୍ତି। ହେଲେ ଯାହାଙ୍କ ନାଁ ଚର୍ଚ୍ଚାର ବାହାରେ ଥିଲା ତାଙ୍କୁ ହିଁ କ୍ୟାପ୍ଟେନ କରାଯାଇଛି।
ଦିଲ୍ଲୀର ନୂଆ କ୍ୟାପ୍ଟେନ: ହଁ ଦିଲ୍ଲୀକୁ ମିଳିଲା ନୂଆ କ୍ୟାପ୍ଟେନ। ଆଇପିଏଲ ୨୦୨୫ ପାଇଁ ସବୁ ଟିମ୍ ନିଜର ଅଧିନାୟକ ଚୟନ କରିସାରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷରେ ନିଜ ଅଧିନାୟକ ନାଁ ଘୋଷଣା କରିଛି।
କିଛିଦିନ ହେବ ଭାରତୀୟ କ୍ରିକେଟ୍ ଟିମର ବ୍ୟାଟର କେ ଏଲ୍ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ସେମିତି କିଛି ହେଲା ନାହିଁ। କି କେ ଏଲ୍ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେଲେ ନାହିଁ। ବରଂ ଆଉ ଜଣେ ଭାରତୀୟ କ୍ରିକେଟରଙ୍କୁ କ୍ୟାପ୍ଟେନ କରାଗଲା।
ଅକ୍ଷର ପଟେଲ୍: ତେବେ ସେହି ନୂଆ କ୍ୟାପ୍ଟେନ ଜଣକ ଆଉ କେହି ନୁହଁନ୍ତି। ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ଅକ୍ଷର ପଟେଲଙ୍କୁ ଦଳର ମୁଖିଆ ଦାୟିତ୍ୱ ଦିଆଯାଇଛି। କେ ଏଲ୍ ରାହୁଲ ଅଧିନାୟକ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅକ୍ଷରଙ୍କୁ ଫ୍ରାଞ୍ଚାଇଜ୍ ଅଧିନାୟକ ଘୋଷଣା କରିଛି।
୨୦୧୯ରୁ ଦିଲ୍ଲୀ କ୍ୟାପିଟାଲ୍ସରୁ ଖେଳି ଆସୁଛନ୍ତି ଅକ୍ଷର ପଟେଲ। ଅକ୍ଷରଙ୍କ ପାଖରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ନାହିଁ। ତଥାପି ଦଳ ତାଙ୍କୁ ଅଧିନାୟକ ଭାବେ ଘୋଷଣା କରିଛି। ଏହି ବର୍ଷ ଇଂଲଣ୍ତ ବିପକ୍ଷ ସିରିଜରେ ଟିମ୍ ଇଣ୍ତିଆର ଉପଅଧିନାୟକ ଦାୟିତ୍ୱ ଅକ୍ଷରଙ୍କୁ ଦିଆଯାଇଥିଲା।
୨୦୨୪-୨୫ ମୁସ୍ତାକ୍ ଅଲ୍ଲୀ ଏବଂ ବିଜୟ ହଜାରେ ଟ୍ରଫିରେ ସେ ଗୁଜରାଟ ପକ୍ଷରୁ ଅଧିନାୟକ ଭାର ସମ୍ଭାଳି ଥିଲେ। ପୂର୍ବବର୍ଷ ଆଇପିଏଲରେ ଋଷଭ ଗୋଟିଏ ମ୍ୟାଚରେ ବ୍ୟାନ୍ ଥିବା ବେଳେ ସେ କ୍ୟାପ୍ଟେନସିପ୍ କରିଥିଲେ।