fbpx

ଦିଲ୍ଲୀରେ ପୁଣି ସରକାର ଗଢିବ କି ‘ଆପ୍’ ? ଜାଣନ୍ତୁ କଣ କହୁଛି ଏଗଜିଟ୍ ପୋଲ୍

Advertisement

ନୂଆଦିଲ୍ଲୀ,୮ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି । ଦିଲ୍ଲୀରେ ୨୦ ବର୍ଷ ପରେ କଣ ବିଜେପି କ୍ଷମତାକୁ ଆସିବ କି ? ନା ଅରବିନ୍ଦ କେଜରୀୱାଲଙ୍କ ଆପ୍ ପାର୍ଟି ନିଜର କ୍ଷମତା ବଜାୟ ରଖିବ ? ଏନେଇ ଆସନ୍ତୁ ଜାଣିବା କଣ କହୁଛି ଏଗଜିଟ୍ ପୋଲ୍..

ଇଣ୍ଡିଆ ନ୍ୟୁଜ୍ ଏଗଜିଟ୍ ପୋଲ୍ ହିସାବରେ ଆପ୍ ୫୩ରୁ ୫୭ ହାସଲ କରୁଥିବା ଆକଳନ ହୋଇଥିବା ବେଳେ ବିଜେପି ୧୧ରୁ ୧୭ ସିଟ୍ ଓ କଂଗ୍ରେସ ୨ ସିଟ୍ ହାସଲ କରିପାରେ ।

ଟାଇମ୍ସ ନାଓ ଏଗଜିଟ୍ ପୋଲ୍ ଅନୁସାରେ, ଆପ୍କୁ ୪୪, ବିଜେପିକୁ ୨୬ ଓ କଂଗ୍ରେସକୁ ୦ ସିଟ୍ ମିଳିପାରେ ।

ରିପବ୍ଲିକ୍ ଟିଭି ଏଗଜିଟ୍ ପୋଲ ଅନୁସାରେ, ଆପକୁ ୪୮ରୁ ୬୧ ସିଟ୍, ବିଜେପିକୁ ୯ରୁ ୨୧ ଓ କଂଗେସକୁ ୧ ଟି ସିଟ୍ ମିଳିପାରେ ।

ନ୍ୟୁଜ-ଏକ୍ସ ଏଗଜିଟ୍ ପୋଲ ଅନୁସାରେ, ଆପକୁ ୫୩ରୁ ୫୭, ବିଜେପିକୁ ୧୧ରୁ ୧୭ ଓ କଂଗ୍ରେସକୁ ୨ଟି ଆସନ ମିଳିପାରେ ।

ଜାନ୍ କି ବାଦ୍ ଏଗଜିଟ୍ ପୋଲ ଅନୁସାରେ ଆପ୍କୁ ୪୮ରୁ ୬୧ ଆସନ, ବିଜେପିକୁ ୯ରୁ ୨୧ ଆସନ ଓ କଂଗ୍ରେସକୁ ୨ଟି ଆସନ ମିଳିପାରେ ।

ସୁଦର୍ଶନ ନ୍ୟୁଜ୍ ବୁଥ୍ ବାହୁଡ଼ା ମତ ଅନୁସାରେ ପୁଣି ଦିଲ୍ଲୀ ଗାଦିରେ ବସିପାରନ୍ତି କେଜ୍ରିୱାଲ । ଆପ୍’ କୁ ୪୦-୪୫, ବିଜେପିକୁ ୨୪-୨୮ ଏବଂ କଂଗ୍ରେସକୁ ୨-୩ଟି ଆସନ ମିଳିପାରେ ବୋଲି ଆକଳନ କରିଛି ସୁଦର୍ଶନ ନ୍ୟୁଜ୍ ।

ଟିଭି-୯ ଭାରତବର୍ଷ ଏଗଜିଟ୍ ପୋଲ୍ କହୁଛି, ଆପ୍ କୁ ମିଳିପାରେ ୫୪ଟି ଆସନ, ବିଜେପିକୁ ୧୫ ଏବଂ କଂଗ୍ରେସ ଖାତାକୁ ମାତ୍ର ଗୋଟିଏ ଆସନ ।

ଜନ୍ କି ବାତ୍‘ ବୁଥ୍ ବାହୁଡ଼ା ମତ ଅନୁସାରେ ୭୦ ଆସନର ଦିଲ୍ଲୀ ଗାଦିରୁ ଆପ୍ କୁ ମିଳିପାରେ ୪୮-୬୧, ବିଜେପିକୁ ୯-୨୧ ଏବଂ କଂଗ୍ରେସ ଖାତାକୁ ଯାଇପାରେ ୦-୨ଟି ଆସନ ।

Get real time updates directly on you device, subscribe now.