fbpx

ଦିଲ୍ଲୀ ଅଗ୍ନିକାଣ୍ଡ, ୨ଅଭିଯୁକ୍ତଙ୍କୁ ରିମାଣ୍ଡରରେ ନେବାକୁ ମିଳିଲା ଅନୁମତି

Advertisement

ନୂଆଦିଲ୍ଲୀ, ୯ା୧୨: ଗତକାଲି ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ କୋଠାର ମାଲିକ ମହମ୍ମଦ ରେହାନ ଓ ତାଙ୍କ ମ୍ୟାନେଜର ଫୁରକାନ ଦୁଇ ଅଭିଯୁକ୍ତଙ୍କ ଗିରଫ କରିବା ସହ ଆଇପିସି ୩୦୪ ଦଫା ଲଗାଇଥିଲା ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ୧୪ଦିନିଆ ରିମାଣ୍ଡରରେ ନେବା ପାଇଁ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଗତକାଲି ଏହି ଭୟାବହ ଅଗ୍ନିକାଣ୍ଡରେ ୪୩ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୧୫ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସେଠାରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ରହିଥିଲା ।

Get real time updates directly on you device, subscribe now.