fbpx

ବାବା ରାମଦେବଙ୍କୁ ସମନ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ପୁଣି ଅଡୁଆରେ ଯୋଗଗୁରୁ ବାବା ରାମଦେବ । ଗୁରୁବାର ଦିଲ୍ଲୀ ହାଇକୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ସମନ ଜାରି କରାଯାଇଛି । ଦିଲ୍ଲୀ ମେଡିକାଲ୍ ଆସୋସିଏସନ୍ ବା ଡିଏମଏ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲା ଆଧାରରେ କୋର୍ଟ ଏହି ସମନ ପଠାଇଥିବା ଜଣାପଡିଛି । ମାମଲାରେ ପତଞ୍ଜଳୀର କରୋନିଲ୍ କିଟ୍ କୁ ନେଇ ବାବା ରାମଦେବ ଭୁଲ୍ ତଥ୍ୟ ବିସ୍ତାର କରୁଛନ୍ତି ତେଣୁ ତାକୁ ରୋକିବାକୁ ଦାବି କରାଯାଇଛି । ତେବେ ହାଇକୋର୍ଟ ପକ୍ଷରୁ ଜୁଲାଇ ୧୩ ଅର୍ଥାତ୍ ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ କୌଣସି ଉତ୍ତେଜନାମୂଳକ ବିବୃତ୍ତି ଏବଂ ମକଦ୍ଦମା ଉପରେ ଜବାବ ଦିଅନ୍ତୁ ନାହିଁ ବୋଲି ରାମଦେବ ବାବାଙ୍କ କାଉନ୍ସିଲକୁ କୁହାଯାଇଛି ।

Get real time updates directly on you device, subscribe now.