fbpx

ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଦିଲ୍ଲୀ, କାଲି ଘର ବାହାରେ ଓ ଆଜି କଲେଜ ବାହାରେ ଲୁହା ରଡ୍ ରେ ପିଟି ମହିଳାଙ୍କୁ ହତ୍ୟା

Advertisement

ନୂଆଦିଲ୍ଲୀ: ଦିଲ୍ଲୀରେ ୨୪ ଘଣ୍ଟା ଭିତରେ ଦୁଇ ଗୋଟି ହତ୍ୟା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଦିଲ୍ଲୀ ନିକଟବର୍ତ୍ତୀ ମାଲବୀୟ ନଗରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କ ହତ୍ୟା ହୋଇଯାଇଛି । ଗତକାଲି ମଧ୍ୟ ଦିଲ୍ଲୀର ଡାବରୀ ଅଞ୍ଚଳରେ ଜଣେ ବିଲ୍ଡରଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ ମାଲବୀୟ ନଗରର କମଳା ନେହରୁ କଲେଜରେ ପଢୁଥିବା ଜଣେ ଯୁବତୀଙ୍କୁ କଲେଜ ବାହାରେ ଜଣେ ବ୍ୟକ୍ତି ଲୁହା ରଡ୍ ରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଯୁବତୀ ଜଣକ ଗୁରୁତର ହୋଇଯାଇଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ଘଟଣାର ଯାଞ୍ଚ ଆରମ୍ଭ କରିଛି । ଏବେ ପୋଲିସ କଲେଜ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ପଚରାଉଚୁରା ଜାରି ରଖିଛି । ଏହା ସହିତ ଅଭିଯୁକ୍ତକୁ ଧରିବା ଲଶଗି ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି ।

ତେବେ ୨୪ ଘଣ୍ଟା ମଧ୍ୟରେ ଦୁଇ ମହିଳାଙ୍କ ହତ୍ୟାକୁନେଇ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ କହିଛନ୍ତି ଦିଲ୍ଲୀ ଏବେ ମହିଳାଙ୍କ ଲାଗି ବହୁତ ଅସୁରକ୍ଷିତ ହୋଇଗଲାଣି । ଏଠାରେ ଜଣେ ମହିଳାଙ୍କୁ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଉଥିବା ବେଳେ ଅନ୍ୟପକ୍ଷରେ ମାଲବୀୟ ନଗର ପରି ବ୍ୟସ୍ତ ଅଞ୍ଚଳରେ ଯୁବତୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଯିବା ଘଟଣା ଏହା ସୂଚୀତ କରୁଛି ଯେ, ଦିଲ୍ଲୀ କିଭଳି ଅସୁରକ୍ଷିତ ହୋଇ ପଡିଛି । କିନ୍ତୁ ଏପରି ଘଟଣାକୁ ନେଇ କାହାକୁ କିଛି ଫରକ ପଡୁନାହିଁ ।

ଘଟଣା ସଂପର୍କରେ ଦିଲ୍ଲୀ ଡେପୁଟୀ କମିଶନର ଚନ୍ଦନ ଚୌଧୁରୀ କହିଛନ୍ତି କମଳା ନେହରୁ କଲେଜରେ ପଢୁଥିବା ଯୁବତୀ ନିଜର କେହି ଜଣେ ବନ୍ଧୁଙ୍କ ସହିତ ପାର୍କ ଆସିଥିଲେ । ଏହି ସମୟରେ ପାର୍କରେ କେହି ତାଙ୍କୁ ଲୁହା ରଡ୍ ରେ ଆକ୍ରମଣ କରିଥିଲା । ପାର୍କ ନିକଟରେ ଅରବିନ୍ଦ କଲେଜ ରହିଛି । ତେବେ ଯୁବତୀ ପାର୍କକୁ କାହିଁକି ଆସିଥିଲେ ସେ ବିଷୟରେ ପୋଲିସ ଏବେ ଅନୁସନ୍ଧାନ କରୁଛି ।

 

Get real time updates directly on you device, subscribe now.