fbpx

ଚାଳକଙ୍କ ପାଇଁ ଖୁସି ଖବର! ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦାମ୍, ଜାଣନ୍ତୁ କେଉଁଠି କେତେ ?

ନୂଆଦିଲ୍ଲୀ,୧୧ ।୩: ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାପକ ହ୍ରାସର ଫାଇଦା ବର୍ତ୍ତମାନ ଭାରତୀୟ ଚାଳକମାନଙ୍କୁ ମିଳିବ । ଭାରତରେ ପେଟ୍ରୋଲ ଓ ଡିଜେଲର ଦାମରେ ଆଜି ଏକ ବଡ ହ୍ରାସ ରେକର୍ଡ କରାଯାଇଛି । ବୁଧବାର ଦିନ ପେଟ୍ରୋଲର ଦାମ୍ ୨ ଟଙ୍କା ୬୯ ପଇସା ହ୍ରାସ ପାଇ ଲିଟର ପିଛା ୭୦ ଟଙ୍କା ୨୦ ପଇସା ହୋଇଛି । ସେହିପରି ଡିଜେଲର ଦାମ ୨ ଟଙ୍କା ୩୩ ପଇସା ହ୍ରାସ ପାଇଁ ଲିଟର ପିଛା ୬୩.୦୧ ଟଙ୍କା ହୋଇଛି । ଏହା ଭାରତକୁ ଆର୍ଥିକ ଦୃଷ୍ଟିରୁ ଉପକୃତ କରାଇବ, କାରଣ ପେଟ୍ରୋଲିୟ ଇନ୍ଧନର ଆମଦାନୀ ପାଇଁ ଆମ ଦେଶ ବହୁ ପରିମାଣରେ ନିର୍ଭର କରୁଛି ।

ତେବେ ଦିଲ୍ଲୀରେ ବୁଧବାର ପେଟ୍ରୋଲ ୭୦ ଟଙ୍କା ୨୯ ପଇସା ଏବଂ ଡିଜେଲ ୬୩ ଟଙ୍କା ୧ ପଇସାରେ ପହଞ୍ଚିଛି । ସେହିପରି କଲକାତାରେ ୭୨ ଟଙ୍କା ୯୮ ପଇସା, ମୁମ୍ବାଇରେ ୭୫ ଟଙ୍କା ୯୯ ପଇସା ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ହ୍ରାସ ପାଇ ୭୩ ଟଙ୍କା ୨ ପଇସାରେ ପହଞ୍ଚିଛି ।

Get real time updates directly on you device, subscribe now.