fbpx

ଆଜି ରାମଲୀଲା ମଇଦାନରେ କୃଷକ ମହାପଞ୍ଚାୟତ, ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Advertisement

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସ୍ଥିତ ରାମଲୀଲା ମଇଦାନରେ କୃଷକ ସଂଗଠନ ଏକାଠି ହେବେ । ଦିଲ୍ଲୀ ପୋଲିସ ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ରାମଲୀଲା ମଇଦାନରେ କିସାନ ମଜଦୁର ମହାପଞ୍ଚାୟତ ଆୟୋଜନ କରିବା ପାଇଁ ଅନୁମତି ପ୍ରଦାନ କରିଛି । ସରକାରଙ୍କ ନୀତି ବିରୋଧରେ ଲଢ଼େଇକୁ ତୀବ୍ର କରିବା ପାଇଁ ଏକ ପ୍ରସ୍ତାବ ପାରିତ କରାଯିବା ନେଇ କହିଛି ସଂଯୁକ୍ତ କୃଷକ ମୋର୍ଚ୍ଚା ।

ଦିଲ୍ଲୀ ପୋଲିସ କିଛି ସର୍ତ୍ତ ଆଧାରରେ ରାମଲୀଲା ମଇଦାନରେ କୃଷକ ସଂଗଠନକୁ ମହାପଞ୍ଚାୟତ କରିବା ପାଇଁ ଅନୁମତି ପ୍ରଦାନ କରିଛି । ଏହି ମହାଞ୍ଚାୟତରେ ୫ ହଜାରରୁ ଉର୍ଦ୍ଧ୍ୱ କୃଷକ ସାମିଲ ହୋଇପାରିବେ ନାହିଁ ।
ଟ୍ରାକଟର ପାଇଁ ଅନୁମତି ନାହିଁ । ଏହା ସହ ରାମଲୀଲା ମଇଦାନରେ କୌଣସି ପଦଯାତ୍ରା ନକରିବା ପାଇଁ ସର୍ତ୍ତ ରଖାଯାଇଛି । ଅପରାହ୍ନ ୨ଟା ୩୦ରେ ମହାପଞ୍ଚାୟତ ଶେଷ ହେବା ପରେ ରାମଲୀଲା ମଇଦାନ ଖାଲି କରିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ପୋଲିସର ଏକ ଅଧିକାରୀଙ୍କ ସୂଚନାନୁଯାୟୀ କୃଷକ ମଜଦୁର ମହାପଞ୍ଚାୟତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଯଦି କୃଷକ ସଂଗଠନ ମହାପଞ୍ଚାୟତର ନିୟମ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ଦିଲ୍ଲୀ ପୋଲିସ ।

Get real time updates directly on you device, subscribe now.