fbpx

ଦିଲ୍ଲୀକୁ ଆଶ୍ୱସ୍ତି: ୨୪ ଘଣ୍ଟାରେ ୧୫୫୦ ନୂଆ ଆକ୍ରାନ୍ତ, ତିନି ଗୁଣା ଲୋକ ସୁସ୍ଥ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସରେ ହ୍ରାସ ଦେଖିବାକୁ ମିଳିଛି । ସୋମବାର ଦିଲ୍ଲୀରେ ସମୁଦାୟ ୧୫୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୩୦ ମାର୍ଚ୍ଚ ପରେ କରୋନାର ଏଭଳି କମ ଆକ୍ରାନ୍ତ ସଂଖ୍ୟା ରେକର୍ଡ ହୋଇଛି । ଦିଲ୍ଲୀରେ ଏପ୍ରିଲ ମାସରେ ସଂକ୍ରମଣ ମାମଲା ଶୀର୍ଷରେ ରହିଥିଲା । ୨୦ ଏପ୍ରିଲରେ ଏଠାରେ ଗୋଟିଏ ଦିନରେ ସର୍ବାଧିକ ୨୮,୩୯୫ ମାମଲା ରିପୋର୍ଟ କରାଯାଇଥିଲା । ରାଜଧାନୀରେ ଏବେ କରୋନା ସଂକ୍ରମଣ ହାର ପ୍ରାୟ ୨.୫ ପ୍ରତିଶତକୁ ଖସିଛି ।

ବଡ କଥା ହେଉଛି କରୋନାରୁ ଠିକ ହେଉଥିବା ରୋଗୀଙ୍କ ସଖ୍ୟା ନୂଆ ସଂକ୍ରମଣ ମାମଲାର ତିନି ଗୁଣ ଅଧିକ । ଗତ ୨୪ ଘଣ୍ଟାରେ ଦିଲ୍ଳୀରେ ୪,୩୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ୨୦୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏବେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ ୧୪,୧୮,୪୧୮ ରେ ପହଞ୍ଚିଛି । ଏଥିରୁ ୧୩,୭୦,୪୩୧ ରେଗୀ ସୁସ୍ଥ ହୋଇଛନ୍ତି ।

ଦ୍ୱତୀୟ ସଂକ୍ରମଣ ପିକ ସମୟରେ ଥିବାବେଳେ ଦିଲ୍ଲୀରେ ସମୁଦାୟ ଆକ୍ଟିଭ କେସ ସଂଖ୍ୟା ପ୍ରାୟ ୮୫,୬୦୦ ଥିଲା, ଯାହା ଏବେ ୨୪,୫୭୮କୁ ଖସିଆସିଛି । କହିବାକୁ ଗଲେ ପ୍ରାୟ ୬୦,୦୦୦ କରୋନା ସଂକ୍ରମିତ ମାମଲା କମିଛି । ସେହିଭଳି ଦିଲ୍ଲୀରେ କରୋନା ମୃତ୍ୟୁସଂଖ୍ୟା ସମୁଦାୟ ୨୩,୪୦୯ରେ ପହଞ୍ଚିଛି ।

Get real time updates directly on you device, subscribe now.