fbpx

ବନ୍ଦ କୋଠରୀରେ ଅଧିକ ବ୍ୟାପୁଛି କରୋନାର ଡେଲଟା ଭାରିଆଣ୍ଟ, ଗୋଟିଏ ପରିବାରର ଏକାଧିକ ସଦସ୍ୟ ବେଶିମାତ୍ରାରେ ହେଉଛନ୍ତି ସଂକ୍ରମିତ

ନୂଆଦିଲ୍ଲୀ: ସଂପ୍ରତି ଭାରତରେ ଜାରି ରହିଥିବା ଦ୍ୱିତୀୟ ଲହର ପଛରେ କରୋନାର ଡେଲଟା ଭାରିଆଣ୍ଟ ରହିଥିବା କୁହାଯାଉଛି । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଦେଶରେ ପ୍ରଥମେ ଚିହ୍ନଟ ହୋଇଥିବା B.1.672 ଭାରିଆଣ୍ଟ ବନ୍ଦ କୋଠରୀରେ ଅଧିକ ସଂକ୍ରମିତ କରୁଛି । ଏହାଛଡ଼ା ଏହି ଭାରିଆଣ୍ଟ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରୁଛି । ଏହି ଡେଲଟା ଭାରିଆଣ୍ଟ ପାଇଁ ଅନେକ ସ୍ଥାନରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଥିଲା ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସାଧାରଣତଃ ଅନ୍ୟ ଭାରିଏଣ୍ଟ ଘରେ ଜଣକୁ ସଂକ୍ରମିତ କରୁଥିବା ବେଳେ ଡେଲଟା ଏକାଧିକ ସଦସ୍ୟଙ୍କୁ ଆକ୍ରମଣ କରୁଛି । ଆଲଫା ଭାରିଆଣ୍ଟ ତୁଳନାରେ ଡେଲଟା ୬୪ ପ୍ରତିଶତ ଅଧିକ ସଂକ୍ରମିତ କରୁଛି । ପ୍ରଥମ ଲହର ବେଳେ N440K ମ୍ୟୁଟାଣ୍ଟ ଯୋଗୁଁ ସଂକ୍ରମଣ ବଢ଼ିଥିବା ବେଳେ ଦ୍ୱିତୀୟ ଲହର ବେଳେ ଆଲଫା ଓ ଡେଲଟା ପାଇଁ ସଂକ୍ରମଣ ବୃଦ୍ଧି ପାଇଥିବା ଜଣାପଡ଼ିଛି । ତେବେ ଭ୍ୟାକ୍ସିନ୍ ଏହି ଦୁଇ ଭାରିଏଣ୍ଟର ପ୍ରଭାବକୁ ଏଡ଼ାଇ ପାରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.