ହେୟାର ଟ୍ରାନ୍ସପ୍ଲାଣ୍ଟ ସାଜିପାରେ କାଳ, ନେଇପାରେ ଲୋକଙ୍କ ଜୀବନ

ଆପଣାନ୍ତୁ ଏହି ସବୁ ଉପାୟ

ଓଡିଶାଭାସ୍କର : ବ୍ୟସ୍ତବହୁଳ ଜୀବନ ଭିତରେ ଚୁଟି ଝଡ଼ିବା ବା ଚନ୍ଦା ହୋଇଯିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ନିଜର ଯତ୍ନ ନନେବା ଏବଂ ଖାଇବା ପିଇବାର ଅବହେଳା ହେତୁ ଏହା ସାଧାରଣତଃ ଦେଖାଦେଇଥାଏ।

ଏହି ସମସ୍ୟାରୁ ମୁକୁଳିବା ପାଇଁ ପ୍ରାୟତଃ ଯୁବପିଢ଼ି ହେୟାର ଟ୍ରାନ୍ସପ୍ଲାଣ୍ଟ କରିଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହା ଆପଣଙ୍କ ଶରୀର ପାଇଁ କେତେ ଉପଯୋଗୀ?

ସହରର ଅନେକ ସ୍ଥାନରେ ହେୟାର ଟ୍ରାନ୍ସପ୍ଲାଣ୍ଟ କେନ୍ଦ୍ର ଖୋଲାଯାଇଛି। କିନ୍ତୁ କିଛିଟା ସ୍ଥାନରେ ଅଭିଜ୍ଞତା ନଥିବା ଡ଼ାକ୍ତରଙ୍କ କାରଣରୁ ବହୁତ ଲୋକଙ୍କ ଜୀବନ ଚାଲିଯାଉଛି।

ଆପଣାନ୍ତୁ ଏହି 5 ସାବଧାନତା:
ଉଚିତ ବିଶେଷଜ୍ଞଙ୍କ ସହ ପରାମର୍ଶରେ କରନ୍ତୁ ଏହି ସର୍ଜରୀ
ପରିସ୍କାର ପରିଚ୍ଛନତାର ବିଶେଷ ଧ୍ୟାନ ଦିଅନ୍ତୁ
ସଂକ୍ରମଣ ହେଲେ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ
କୁଣ୍ଡାଇ ହେଲେ ସ୍କିନ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ

ଗତ କିଛି ବର୍ଷ ମଧ୍ୟରେ ଚନ୍ଦାପଣ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ହେୟାର ଟ୍ରାନ୍ସପ୍ଲାଣ୍ଟକୁ ବହୁଳ ମାତ୍ରାରେ ଆପଣାଉଛନ୍ତି। କିନ୍ତୁ ଏହା କରିବା ପୂର୍ବରୁ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଜରୁରୀ ହୋଇଥାଏ । ଯେପରିକି ଅଭିଜ୍ଞତା ଥିବା ଡାକ୍ତର ଏବଂ ଏକ ଟିମ ସହ ଭଲ ସରଞ୍ଜାମ।

ବରିଷ୍ଠ ପ୍ଲାଷ୍ଟିକ ସର୍ଜନ ଡାକ୍ତର ପ୍ରଦୀପ ଟଣ୍ଡନଙ୍କ କହିବା ଅନୁସାରେ ହେୟାର ଟ୍ରାନ୍ସପ୍ଲାଣ୍ଟ ସବୁବେଳେ ପ୍ରମାଣିତ ଥିବା କେନ୍ଦ୍ରରେ ଭଲ ବିଶେଷଜ୍ଞଙ୍କ ପରାମର୍ଶ ନେଇ କରିବା ଉଚିତ ।

ଆଜିକାଲିର ଲୋକ ବ୍ରାଣ୍ଡର ଚକ୍କରରେ ନବୁଝି ହେୟାର ଟ୍ରାନ୍ସପ୍ଲାଣ୍ଟ ପରି ସର୍ଜରୀ କରିଦେଉଛନ୍ତି।  ଯାହାଦ୍ୱାରା ବହୁତ ବଡ ବଡ ସମସ୍ୟା ଦେଖାଦେଉଛି। ସେ କହିଛନ୍ତି ଯେ ହେୟାର ଟ୍ରାନ୍ସପ୍ଲାଣ୍ଟ ହେଉଛି ଏକ ବଡ ସର୍ଜରୀ । ସେଥିପାଇଁ ଭଲ ସେଟଅପ ସହିତ ଅଭିଜ୍ଞତା ଥିବା ଡାକ୍ତର ଏବଂ ଏକ ଟିମ ରହିବା ନିହାତି ଜରୁରୀ ।

ଚୁଟି ଝଡିବାର ମୁଖ୍ୟ କାରଣ:
ପୁଷ୍ଟିକର ଅଭାବ
ଥାଇରଏଡ ସ୍ତରରେ ବିଭ୍ରାଟ ଦେଖାଦେବା
ଚାପ ଏବଂ ଅସନ୍ତୁଳିତ ଖାଦ୍ୟପେୟ
ବୟସ ସହିତ ହେଉଥିବା ହରମୋନର ପରିବର୍ତ୍ତନ
ଚୁଟିରେ ବିଭିନ୍ନ ପ୍ରକାରର କେମିକାଲ ରଙ୍ଗ ଲଗାଇବା
ଲଗାତାର ଭାବେ ସାବୁନ କିମ୍ବା ତେଲକୁ ବଦଳାଇବା
ବହୁତ ସମୟ ପର୍ଯ୍ୟନ୍ତ ପ୍ରଦୂଷଣ ହେଉଥିବା ସ୍ଥାନରେ ରହିବା ଏବଂ ଖରାପ ଜୀବନଶୈଳୀ

ପରିସ୍କାର ପରିଚ୍ଛନତା: ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମମତା ଭୁରାଙ୍କ କହିବା ଅନୁସାରେ ହେୟାର ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ସଂକ୍ରମଣ ଏବଂ ମୃତ୍ୟୁ ହେବାର କାରଣ ଏହା ଯେ, ଅପରେସନ ଥିଏଟରରେ ଭଲ ସେଟଅପ ନରହିବା।

ଏହା ସହିତ ଯେଉଁମାନେ ହେୟାର ଟ୍ରାନ୍ସପ୍ଲାଣ୍ଟ କରୁଛନ୍ତି ସେମାନଙ୍କୁ ପରିସ୍କାର ପରିଚ୍ଛନତାର ମଧ୍ୟ ବିଶେଷ ଧ୍ୟାନ ରଖିବାକୁ ପଡିବ । ଏହି କାରଣରୁ ଯଦି ମୁଣ୍ଡରେ ଏହା କାରଣରୁ ସଂକ୍ରମଣ ହେଉଛି ତାହାଲେ ଏହା ଜୀବନ ମଧ୍ୟ ନେଇପାରେ।

ଏହି 5 ବିପଦର ସମ୍ଭାବନା:

ବହୁତ ଶୀଘ୍ର ଚୁଟି ଝଡିବାର ସମସ୍ୟା ଦେଖାଦେଇପାରେ
ସର୍ଜରୀ ପରେ ସଂକ୍ରମଣ ହେବାର ବହୁତ ସମ୍ଭାବନା ରହିଛି
ମୁଣ୍ଡ ଫୁଲିବାର ସମସ୍ୟା ମଧ୍ୟ ଦେଖାଦେଇପାରେ
ଫୁଲିବା ଦ୍ୱାରା ମୁଣ୍ଡ ଏବଂ ଆଖିରେ ସମସ୍ୟା ଦେଖାଦେଇପାରେ
ଏହା ସହିତ ମୁଣ୍ଡ କୁଣ୍ଡାଇ ମଧ୍ୟ ହୋଇଥାଏ