fbpx

ପୁଣି ହେଲା ବିମୁଦ୍ରାକାରଣ! ଜାଣନ୍ତୁ କିପରି ବଦଳାଇବେ ଆପଣଙ୍କ ୨୦୦୦ ଟଙ୍କିଆ ନୋଟ୍ ?

Advertisement

ନୂଆଦିଲ୍ଲୀ: ପୁଣି ହେଲା ବିମୁଦ୍ରାକାରଣ, ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ଫେରାଇ ନେବାକୁ ନିଷ୍ପତି ନେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଅରବିଆଇ)। ଆଗକୁ ଆଉ ୨୦୦୦ ଟଙ୍କିଆ ନୋଟ୍ ଜାରି ନକରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତି ନେଇଛନ୍ତି। ତେବେ ଅରବିଆଇର ଏହି ନିଷ୍ପତି ପରେ ଲୋକମାନଙ୍କ ମଧ୍ୟରେ ଚିନ୍ତା ବଢି ଯାଇଛି ଯେ, ସେମାନଙ୍କ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍ କ’ଣ କରିବେ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନ ଅନୁଯାୟୀ ଲୋକମାନେ ୨୩ ମେ ରୁ ୩୦ ସେପ୍ଟେମ୍ବର ସୁଦ୍ଧା ସେମାନଙ୍କର ୨୦୦୦ ଟଙ୍କିଆ ନୋଟ୍ କୁ ବ୍ୟାଙ୍କରେ ବଦଳାଇପାରିବେ। ଜଣେ ବ୍ୟକ୍ତି ଥରକେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍ ବଦଳାଇ ପାରିବେ। ସେହିଭଳି ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଗ୍ରାମାଞ୍ଚଳ, ଦୁର୍ଗମ ଅଞ୍ଚଳରେ ଯେଉଁଠାରେ ବ୍ୟାଙ୍କ ନାହିଁ, ବ୍ୟାଙ୍କଗୁଡିକ ଆବଶ୍ୟକ ସ୍ଥଳେ ମୋବାଇଲ୍ ଭ୍ୟାନ୍ ସାହାଯ୍ୟରେ ଲୋକଙ୍କୁ ନୋଟ୍ ବିନିମୟ କରିବାରେ ସାହାଯ୍ୟ କରିପାରିବେ।

ତେବେ ଏହି ବିମୁଦ୍ରାକାରଣ ନିଷ୍ପତି ସହିତ ଆରବିଆଇ ଦୁଇ ହଜାର ଟଙ୍କିଆ ନୋଟ୍ ଜାରି କରିବା ବନ୍ଦ କରିବାକୁ ବ୍ୟାଙ୍କଗୁଡିକ ପରାମର୍ଶ ଦେଇଛନ୍ତି। ଆରବିଆଇ ବ୍ୟାଙ୍କଗୁଡ଼ିକୁ ଏକ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ଯେ, ବର୍ତ୍ତମାନ ବ୍ୟାଙ୍କ କିମ୍ବା ସେହି ବ୍ୟାଙ୍କର ଏଟିଏମ୍ ସାଧାରଣ ଲୋକଙ୍କୁ ଏଟିଏମ୍ କିମ୍ବା ନଗଦ ଟଙ୍କା ଉଠାଇବାରେ ଦୁଇ ହଜାର ଟଙ୍କା ନୋଟ୍ ଦେବ ନାହିଁ। ଏହି ନିଷ୍ପତିକୁ ନେଇ ଆରବିଆଇ କହିଛି ଯେ, କ୍ଲିନ୍ ନୋଟ୍ ପଲିସି ଅନୁଯାୟୀ ଏହି ନୋଟ୍‌କୁ ଫେରାଇ ନିଆଯାଉଛି ।

ଉଲ୍ଲେଖଯୋଗ୍ୟ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନୋଟ୍‌ବନ୍ଦି ଘୋଷଣା କରିବା ପରେ ଦୁଇ ହଜାର ଟଙ୍କିଆ ନୋଟ୍ ବଜାରକୁ ଆସିଥିଲା। ତେବେ ବଜାରକୁ ଦୁଇ ହଜାର ଟଙ୍କିଆ ଆସିବା ପରେ ଏହାର ନେଣଦେଣ କମିବାରେ ଲାଗିଥିଲା ଏବଂ ଅନେକ ଏଟିଏମ୍‌ରେ ମଧ୍ୟ ଦୁଇ ହଜାର ଟଙ୍କିଆ ନୋଟ୍ ଗାଏବ ହୋଇଯାଇଥିଲା। ଏବେ ରିଜର୍ଭ ବ୍ୟାଙ୍କ ଫେରାଇ ନେବାକୁ ନିଷ୍ପତି ନେଇଛି।

Get real time updates directly on you device, subscribe now.