ସତର୍କ ରୁହନ୍ତୁ ୧୮ ଜିଲ୍ଲା, ଚାରିଆଡ଼ ହୋଇଯିବ ଅନ୍ଧାର, ପାଣିପାଗ ଦେଲା ସୂଚନା

୧୮ ଜିଲ୍ଲାକୁ ପାଣିପାଗ ବିଭାଗର ସୂଚନା, ୨୪ ଘଣ୍ଟା ରହିବ ଘନ କୁହୁଡ଼ି।

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଶୀତ ପରିବର୍ତ୍ତେ ଗରମ ଅନୁଭୂତ ହେଉଛି। କିନ୍ତୁ ଆସନ୍ତା ୨୪ ଘଣ୍ଟାରେ ଘନ କୁହୁଡ଼ି ନେଇ ପାଣିପାଣ ବିଭାଗ ସତର୍କ ସୂଚନା ଜାରି କରିଛି। ତେବେ ଆସନ୍ତୁ କେଉଁ ଜିଲ୍ଲା ଗୁଡ଼ିକରେ ପ୍ରବଳ କୁହୁଡ଼ି ଦେଖାଯିବ।

ଘନ କୁହୁଡ଼ି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ୨୪ ଘଣ୍ଟାରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଏହି ଜିଲ୍ଲା ଗୁଡ଼ିକ ହେଲେ- କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୁଳ, କଟକ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ଦେବଗଡ଼। ଏହି ଜିଲ୍ଲା ଗୁଡ଼ିକୁ ସତର୍କ କରାଇଲା ପାଣିପାଗ ବିଭାଗ।