fbpx

୩୧ ଯାଏ ଘନ କୁହୁଡ଼ି, ଅନେକ ଜିଲ୍ଳା ପାଇଁ ଜାରି ହେଲା ସତର୍କ ସୂଚନା

Advertisement

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ କମିଥିବା ବେଳେ ଆସନ୍ତା ୨୯ ଓ ୩୧ ତାରିଖ ସକାଳ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୧ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ ହୋଇଥିବା ବେଳେ ଦାରିଙ୍ଗିବାଡ଼ିରେ ୯.୫ ଡ଼ିଗ୍ରୀ, ବୌଦ୍ଧରେ ୧୦.୮, ସୁନ୍ଦରଗଡ଼ରେ ୧୧.୮ ଡ଼ିଗ୍ରୀ, କେନ୍ଦୁଝରରେ ୧୧.୨ ଡ଼ିଗ୍ରୀ, ଭବାନୀପାଟଣାରେ ୧୧.୮ ଡ଼ିଗ୍ରୀ, ଫୁଲବାଣୀରେ ୧୧ଡ଼ିଗ୍ରୀ ନବରଙ୍ଗପୁରରେ ୧୧.୫, ଝାରସୁଗୁଡ଼ାରେ ୧୨.୨, କଟକରେ ୧୬.୨ ଓ ଭୁବନେଶ୍ୱରରେ ୧୭ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଏହା ସହ ୧୬ଟି ଜିଲ୍ଲାର ଅନେକ ସ୍ଥାନରେ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି । ଏହା ସହ ୧୬ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଏବଂ ବୌଦ୍ଧ ପ୍ରବୃତ୍ତି ଅନେକ ସ୍ଥାନରେ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି । ସେହିପରି ଆସନ୍ତା ୪ ତାରିଖ ଯାଏଁ ପାଗ ଶୁଖିଲା ରହିବା ସହ ଆସନ୍ତା ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତୀତ ରହିବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

 

Get real time updates directly on you device, subscribe now.