fbpx
BSKY SKY
BSKY SKY

ଦେଓମାଳିକୁ ନେଇ ମନ୍ତ୍ରୀଙ୍କ ପାଖରେ ସୂଚନା ନାହିଁ

BSKY

ଭୁବନେଶ୍ୱର:ଦେଓମାଳି ଓଡିଶାର ଗର୍ବ ଆଉ ଗୌରବ କହିଲେ ଅତ୍ୟୁତି ହେବ ନାହିଁ । ଏହାର ପ୍ରାକୃିତକ ସୌନ୍ଦର୍ଯ୍ୟ ପାଇଁ ଏହା ସାରା ଦେଶରେ ନା ଅର୍ଜନ କରିଥିବା ବେଳେ କିନ୍ତୁ ଓଡିଶା ରେଭିନ୍ୟୁ ଓ ଜଙ୍ଗଲ ବିଭାଗ ଖାତାରେ ଏହାର ଖାତାଖତିଆନ ନାହିଁ । ଯାହା ପାଇଁ ଆଜି ଗୃହରେ ଉଦବେଗ ପ୍ରକାଶ ପାଇଛି । ଉଭୟ ଶାସକ ଏବଂ ବିରୋଧୀଦଳ ଏହି ପ୍ରସଙ୍ଗରେ ତାଙ୍କର ଉଦବେଗ ପ୍ରକାଶ କରିଛନ୍ତି ।

ପର୍ଯ୍ୟଟନମନ୍ତ୍ରୀ ଅଶ୍ୱନି ପାତ୍ରଙ୍କ ଦ୍ୱାରା ଦିଆଯାଇଥିବା ଏଭଳି ମନ୍ତବ୍ୟରେ ବାଚସ୍ପତି ନିଜେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ମୁହଁ ଖୋଲି କଂଗ୍ରେସ ବିଧାୟକ କହିଛନ୍ତି ଯେ ଗୋଟିଏ ପଟେ ଆନ୍ଧ୍ର କୋଟିଆ ଉପରେ ତାର ଲୋଲୁପଦୃଷ୍ଟି ପକାଇ ବିଭିନ୍ନ ଯୋଜନା ମାନର ପ୍ରଲୋଭନ ଦେଖାଇ କୋଟିଆକୁ ହାତେଇବାକୁ ଷଡଯନ୍ତ୍ର ମାନ କରୁଥିବା ବେଳେ ଏପରେ ରାଜ୍ୟସରକାରଙ୍କ ରେଭିନ୍ୟୁ ଖାତାରେ ଦେଓମାଳିର ନାମ ନାହିଁ । ସମୁଦ୍ର ପତନ ଠାରୁ ୫୦୦୦ କିଲୋମିଟର ଉର୍ଦ୍ଧରେ ରହିଛି ଦେଓମାଳି କିନ୍ତୁ ପର୍ଯ୍ୟଟନ ମନ୍ତ୍ରୀ କିଭଳି ଜାଣି ପାରିଲେ ନାହିଁ ତାହା ଉପରେ ପ୍ରଶ୍ନ କରିଛନ୍ତି ବିଧାୟକ ।

ସେପଟେ ଏହି ଘଟଣାରେ ମନ୍ତ୍ରୀଙ୍କର ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ବାଚସ୍ପତି । ସେଥିପାଇଁ ଜଙ୍ଗଲ,ରାଜସ୍ୱ ଓ ପର୍ଯ୍ୟଟନ ମିଳିତ ସମନୟ ବୈଠକ କରି ଏହି ଘଟଣାର ସମସ୍ୟା ବାହାର କରିବା ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି ବିକ୍ରମ କେଶୀର ଆରୁଖ ।
ସେପଟେ ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି,ଦେଓମାଳି କାହାର ବର୍ତ୍ତମାନ ଆଜି ରାଜ୍ୟବାସଙ୍କ ମନରେ ଏହି କଥା ଏକ ପ୍ରଶ୍ନ ସୃଷ୍ଟି କରି ଦେଇଛି । ତେଣୁ ଗୃହ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହି ଏହାର ବିବୃତି ମନ୍ତ୍ରୀ ଗୃହରେ ରଖନ୍ତୁ ବୋଲି ଦାବି କରିଛନ୍ତି ।

Get real time updates directly on you device, subscribe now.