fbpx
BSKY SKY
BSKY SKY

ଏଥର ସ୍ୱର ଉଠାଇବ ବିଜେପି

BSKY

ଭୁବନେଶ୍ୱର: ଆଜି ବିଧାନସଭାର ବିରୋଧୀ ଦଳ ଆସନରେ ବସିଲେ ଜୟ ନାରାୟଣ ମିଶ୍ର । ବିଜେପି କିଛି ଦିନ ତଳେ ତାଙ୍କୁ ବିରୋଦୀ ଦଳର ନେତା ଭାବେ ଘୋଷଣା କରିଥିବା ବେଳେ ଆଜି ଆନୁଷ୍ଠାନିକ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ସେ ଏହି ଆସନ ଗ୍ରହଣ କରିଥିଲେ ।

ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ଅସୁସ୍ଥ ଥିବାରୁ ଜୟ ନାରାୟଣ ମିଶ୍ରଙ୍କ ଏହି ଗୁରୁଦାୟିତ୍ୱ ମିଳିଛି । ବିରୋଧୀମାନଙ୍କର ସ୍ୱର ହେବାକୁ ଥିବା ଜୟ ନାରାୟଣଙ୍କ ନାମ ଘୋଷଣା ହେବା ମାତ୍ରେ ସେ ଦେଇଥିବା ମନ୍ତବ୍ୟ ସାରା ଓଡ଼ିଶା ରାଜନୀତିରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା । ଜୟ ନାରାୟଣ କହିଛନ୍ତି ଯେ ଏଥର ସେ ସାରା ରାଜ୍ୟରେ ବିଜେଡି ମୁକ୍ତ କରିବା ଦିଗରେ କାମ କରିବେ । ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କୁ ବିରୋଧୀ ଦଳର ନେତା କରିବା ସହ ଏକ ମାଷ୍ଟରଷ୍ଟୋକ ଖେଳିଛି ବିଜେପି ।

ସେପଟେ ଆଜି ବିରୋଧୀ ଦଳ ଆସନ ଗ୍ରହଣ କରିବା ପରେ ଗୃହର ଅନ୍ୟ ସଦସ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବରିଷ୍ଠ ଦଳର ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ସୁର ରାଉତ ରାୟ, ବିରୋଧୀଦଳର ମୁଖ୍ୟ ସଚେତକ ମୋହନ ମାଝୀ ବିରୋଧୀଦଳର ନେତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଗୃହରେ ଭିନ୍ନ ଭିନ୍ନ ଦଳର ସଦସ୍ୟ ଅଛନ୍ତି ତେଣୁ ସମସ୍ତଙ୍କୁ ତାଙ୍କର ମତ ରଖିବାକୁ ଅନୁମତି ରହିଛି । ଏଣୁ ବିରୋଧୀଙ୍କୁ ବିରୋଧୀ ନ କହି ପ୍ରତିପକ୍ଷ କହିବା ଉଚିତ ହେବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ତେବେ ନୂଆ ବିରୋଧୀଦଳ ନେତା ଆସିବା ପରେ ବିଜେପି ଏଥର ତାର ସ୍ୱରକୁ ଆହୁରି ଶାଣିତ କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.