fbpx
BSKY SKY
BSKY SKY

ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ବର୍ଷା, ଅନୁଭବଙ୍କ ଏକ ଭିଡିଓ ପାଇଁ…

BSKY

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ କୋର୍ଟରେ ବିଚାରଧୀନ ରହିଛି । ଦୁହେଁ ପରସ୍ପରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ କୋର୍ଟ ମାମଲା ବିଚାରଧୀନ ଥିବାରୁ ଉଭୟଙ୍କୁ ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ନଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାରି ମଧ୍ୟରେ ଆଜି ସୋମବାର ବର୍ଷା ପ୍ରିୟଦର୍ଶିନୀ ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବର୍ଷା ପ୍ରିୟଦର୍ଶିନୀ । ଅନୁଭବଙ୍କ ଏକ ଭିଡିଓ ନେଇ ବର୍ଷା ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିବା ନେଇ କୁହାଯାଉଛି ।

ସୂଚନାଯୋଗ୍ୟ, ଅନୁଭବ-ବର୍ଷା ପାରିବାରିକ ମାମଲା ବର୍ତ୍ତମାନ କୋର୍ଟରେ ବିଚାରରଧୀନ ଅଛି । ଗତ ମେ ୨୭ ରେ ହାଇକୋର୍ଟ  ଉଭୟ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପରସ୍ପର ବିରୋଧରେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିବାକୁ ବାରଣ କରିଛନ୍ତି। କୋର୍ଟ ମଧ୍ୟ ଅନୁଭବଙ୍କୁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାସହ  କୋର୍ଟ ବର୍ଷାଙ୍କ ଖର୍ଚ୍ଚ ବାବଦରେ ମାସକୁ ୩୦ ହଜାର ଟଙ୍କା ପ୍ରଦାନ ଦେଇ ଏସଡିଜେଏମ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ମଧ୍ୟ କୁହାଯାଇଥିଲା । ତେବେ ନିର୍ଦ୍ଦେଶ ମୁତାବକ ଅନୁଭବ ଗତ ମାସ ୩ ତାରିଖରେ ବର୍ଷାଙ୍କ ଆକାଉଣ୍ଟରେ ଉକ୍ତ ଅର୍ଥରାଶି ଡିପୋଜିଟ୍ କରିଥିଲେ । ମାତ୍ର ଗତ ମାସ ୨୧ ତାରିଖରେ ଏସଡିଜେଏମଙ୍କ ଉକ୍ତ ଶୁଣାଣି ଉପରେ ଅନ୍ତରୀଣ ରୋକ ଲାଗିଥିଲେ କଟକ ଜିଲ୍ଲା ଜଜ୍ କୋର୍ଟ । ଏହି ମାମଲାରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ମଧ୍ୟ ସରିଛି ।

Get real time updates directly on you device, subscribe now.