fbpx
BSKY SKY
BSKY SKY

ନ୍ୟୁଡ୍ କଲ୍ ଜାଲରେ ଫସିଲେ ଯନ୍ତ୍ରୀ, ଆକାଉଣ୍ଟରୁ ଚଳୁ ହୋଇଗଲା ୨୫ ଲକ୍ଷ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଢ଼ିଚାଲିଛି ସାଇବର ଠକେଇ । ପ୍ରତିଦିନ ସାଇବର ଠକାମୀର ଶିକାର ହେଉଛନ୍ତି ଲୋକ । ସାଧାରଣ ଲୋକଙ୍କୁ ଠାରୁ ଆରମ୍ଭ କରି ବଡ଼ ବଡ଼ ବାବୁମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ପ୍ରତିଦିନ ବଢ଼ିଚାଲିଛି ଏହି ସାଇବର ଠକଙ୍କ ଦୌରାତ୍ମ୍ୟ । ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଲୁଟ୍ କରିନେଉଛନ୍ତି ଆକାଉଣ୍ଟରୁ ଟଙ୍କା । ଯାହାକୁ ନେଇ ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି ।

ଏବେ ସାଇବର ଠକେଇ ଶିକାର ହୋଇଛନ୍ତି ଜଣେ ବିଏସଏନଏଲର ଜଣେ ଯନ୍ତ୍ରୀ । ନଗ୍ନ ଭିଡିଓ କଲ୍ ଜାଲରେ ଫସି ଯନ୍ତ୍ରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୨୫ ଲକ୍ଷ  । ପ୍ରଥମେ ତାଙ୍କୁ ହ୍ୱାଟ୍ସଆପରେ ମେସେଜ୍ ଏବଂ ଏହାପରେ ଭିଡିଓ କଲ୍ ଆସିଥିଲା । ଆଉ ଏହି ଭିଡିଓ କଲ୍ ଜାଲରେ ଫସି ଯନ୍ତ୍ରୀ ଜଣକ ହରାଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସୂଚନା ଅନୂଯାୟୀ, ନିଜକୁ ପୋଲିସ ପରିଚୟ ଦେଇ ନ୍ୟୁଡ୍ କଲ୍ କହିଥିଲେ ଯୁବତୀ, ଆଉ ଭିଡିଓ ଭାଇରାଲ କରିଦେବାକୁ ବ୍ଲାକମେଲ୍ କରିଥିଲେ । ତେବେ ଯନ୍ତ୍ରୀଙ୍କ ଠାରୁ ପର୍ଯ୍ୟାୟ କ୍ରମେ ୨୫ ଲକ୍ଷ ଲୁଟିଥିଲା ଯୁବତୀ, ଏନେଇ ସାଇବର ଥାନାରେ ଏତଲା ହୋଇଛି ।

ଉଲ୍ଲେଖଯୋଗ୍ୟ, ଅନେକ ସମୟରେ ସାଇବର ଠକାମୀରୁ ବର୍ତ୍ତିବା ପାଇଁ ବିଶେଷଜ୍ଞଙ୍କ ତରଫରୁ ଅନେକ ସମୟରେ କୁହାଯାଉଥିଲେ ମଧ୍ୟ ମିଥ୍ୟା ପ୍ରଲୋଭନ ପାଇ ଲୋକେ ଏଥିରେ ଫସୁଛନ୍ତି । ତେଣୁ ଏଭଳି ମିଥ୍ୟା ପ୍ରଲୋଭନରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.