ଲଣ୍ଡନ ଅଭିମୁଖେ ଉପ ମୁଖ୍ୟମନ୍ତ୍ରୀ; ୭ଦିନିଆ ଗସ୍ତରେ ଯାଉଛନ୍ତି ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଲଣ୍ଡନ ଅଭିମୁଖେ ଉପ ମୁଖ୍ୟମନ୍ତ୍ରୀ । ୭ଦିନିଆ ଗସ୍ତରେ ଯାଉଛନ୍ତି ପ୍ରଭାତୀ ପରିଡା । ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ରହିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଲଣ୍ଡନ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଓଡ଼ିଶା ପର୍ଯ୍ୟଟନ ଶିଳ୍ପରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ରହିଛି ଉଦ୍ଦେଶ୍ୟ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ପ୍ରଭାତୀ ପରିଡ଼ା ଓଡ଼ିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ । ଏହି ଗସ୍ତ ଓଡ଼ିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବ ବୋଲି ଦୃଢ଼ ଆଶା କରାଯାଉଛି ।