fbpx
BSKY
BJD MC SKY
BJD MS SKY

ଭିଜିଲାନ୍ସ ଜାଲରେ ଡେପୁଟି ମ୍ୟାନେଜର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟର ଜଣେ ବଡ଼ବାବୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସମଲେଶ୍ୱରୀ ମିଲକ ୟୁନିୟନର ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ଆୟବହିର୍ଭୁତ ସମ୍ପତି ଠୁଳ ମାମଲରେ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଥିବା ଜଣାପଡ଼ିଛି । ଏକକାଳୀନ ୪ଟି ସ୍ଥାନରେ ଡେପୁଟି ମ୍ୟାନେଜର କିଶୋର ନାୟକ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ଶ୍ରୀ ନାୟକଙ୍କର ସମ୍ବଲପୁର, ସାକ୍ଷୀପଡ଼ା, ପୁରୀ ଓ ଭୁବନେଶ୍ୱର ବାସଭବନରେ ରେଡ୍ କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଦୈନିକ କେହି ନା କେହି ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଦୁଇଦିନ ତଳେ ରାଉରକେଲା ଏଡିଏମ୍ ଅଫିସରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା । ଆୟବହିର୍ଭୁତ ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ କଲେକ୍ଟରଙ୍କର ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନକୁ ଦେଖି ଅନ୍ୟ ଠକ ବାବୁଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.