fbpx

ଗ୍ରାହକଙ୍କୁ ବଡ଼ ଝଟ୍‌କା, ଆସନ୍ତା ମାସରୁ ଆହୁରି ମହଙ୍ଗା ହେବ ପେଟ୍ରୋଲ୍‌ ଓ ଡିଜେଲ୍‌

ନୂଆଦିଲ୍ଲୀ: ଆସନ୍ତା ମାସଠାରୁ ଆହୁରି ମହଙ୍ଗା ହେବ ପେଟ୍ରୋଲ୍‌ ଓ ଡିଜେଲ୍‌ । ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ତୈଳ ଦରବୃଦ୍ଧିକୁ ଏକ ପ୍ରକାର ଅଟକାଇ ଦିଆଯାଇଥିବା କୁହାଯାଉଛି । ନିର୍ବାଚନ ଶେଷ ହେବାପରେ ପେଟ୍ରୋଲ୍‌ ଦାମ୍‌ ପୁଣି ବଢ଼ିବ । କାରଣ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍‌ ୯୩ ଡଲାର ପହଞ୍ଚି ଗଲାଣି । ୨୦୨୧ ଡିସେମ୍ବର ୧ରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍‌ ୬୯ ଡଲାରକୁ ଖସିଯାଇଥିଲା । ଏହାପୂର୍ବରୁ ୨୦୨୧ ନଭେମ୍ବର ୪ରେ ଏହାର ଦାମ୍‌ ୮୪ ଡଲାର ଭଳି ଉଚ୍ଚ ସ୍ତରରେ ଥିଲା ।

ଗତବର୍ଷ ନଭେମ୍ବର ୪ ପରେ ଅଶୋଧିତ ତୈଳ ଦାମ୍‌ ବ୍ୟାରେଲ ପିଛା ୧୨ ଡଲାର ବଢ଼ିଛି । ଏବେ ତାହା ୯୩ ଡଲାରରେ ପହଞ୍ଚିଯାଇଛି । ଦୁଇ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ରୁଷିଆ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ତାହାର ପ୍ରଭାବରେ ବଜାରରୁ ତୈଳ ଯୋଗାଣ ହ୍ରାସ ପାଇଛି । ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ୍‌ ରିସର୍ଚ୍ଚର ପ୍ରମୁଖ ଅର୍ଥନୀତିଜ୍ଞ ସୁନିଲ କୁମାର ସିହ୍ନା କହିଛନ୍ତି ଯେ ଏବେ ତୈଳ ଦର ଉପରେ ଅର୍ଥନୀତି ନୁହେଁ ରାଜନୀତିର ପ୍ରଭାବ ରହିଛି । ଯଦି ଅଶୋଧିତ ତୈଳ ଦାମ୍‌ ଏଭଳି ଉଚ୍ଚ ସ୍ତରରେ ବଜାୟ ରହିବ ତେବେ ନିର୍ବାଚନ ଶେଷ ହେବା ମାତ୍ରେ ଗ୍ରାହକଙ୍କୁ ଦରବୃଦ୍ଧିର ଝଟ୍‌କା ଲାଗିବ ।

Get real time updates directly on you device, subscribe now.