fbpx
BJD SKY
BJD SKY

ଭାରସାମ୍ୟ ହରାଇ ବିଲକୁ ଖସିଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

BJD

ସାଲେପୁର (ଭାସ୍କର ନ୍ୟୁଜ୍‌):  ସାଲେପୁର ଶିଶୁଆ ବଜାର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ପଲଟିଲା କାର। ଦୁର୍ଘଟଣାରେ କାରରେ ଥିବା ୪ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି । ସ୍ଥାନୀୟଲୋକଙ୍କ ସାହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।

ଖବରରୁ ପ୍ରକାଶ ଯେ, ବୁଧବାର ଅପରାହ୍ଣରେ କଟକସାଲେପୁର ରାସ୍ତାର ଶିଶୁଆ ବଜାର ନିକଟରେ କଟକରୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଗାଡ଼ି ନମ୍ବର (ଓଡି୦୨ବି-ଏମ୍‌-୦୧୭୨) ଚାଳକର ଅସାବଧାନତା ଯୋଗୁ କାରଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ବିଲକୁ ପଲଟିଯାଇଥିଲା । କାରରେ ଥିବା ୪ଜଣ ଯାତ୍ରୀ ଅଳ୍ପରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ଜଣାପଡିଛି ଯେ, ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବକର ହାତ ଭାଙ୍ଗିଯାଇଥିବାରୁ କଟକ ବଡ଼ ମେଡ଼ିକାଲରୁ ଚିକିତ୍ସା କରି ଘରକୁ ଫେରୁଥିବାବେଳେ ଶିଶୁଆ ବଜାର ନିକଟରେ ଏହି ଦୁର୍ଘଟଣା ଘଟିଥିବା ସାଲେପୁର ଅଗ୍ନିଶମ ଅଧିକାରୀ ଶିଶିର କୁମାର ବେହେରା ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.