fbpx
BJD
BJD SKY
BJD SKY

Airtel ଗ୍ରାହକଙ୍କ ବଢ଼ିଲା ଚିନ୍ତା, ପୁଣି ବଢ଼ିବ ମୋବାଇଲ୍ ରିଚାର୍ଜ ଦାମ୍

ନୂଆଦିଲ୍ଲୀ: ପୁଣିଥରେ ବଢ଼ିବ ମୋବାଇଲ୍ ରିଚାର୍ଜ ଦାମ୍ । ଟେଲିକମ୍ କମ୍ପାନୀ ଗୁଡ଼ିକ ପୁଣିଥରେ ମୋବାଇଲ୍ ରିଚାର୍ଜ ଦାମ୍ ବଢ଼ାଇବାକୁ ବିଚାର କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ସିଇଓ ଗୋପାଳ ଭିଜଲ୍ । ସେ କହିଛନ୍ତି ଯେ, ଖର୍ଚ୍ଚର ଚାପ ଓ ୫ଜି ସେବା ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ ଟାରିଫ୍ ଦାମ୍ ବଢ଼ାଇବାକୁ ହେବ । ତେଣୁ ଏହି ପରିପ୍ରେକ୍ଷୀରେ ପୁଣିଥରେ ମୋବାଇଲ୍ ରିଚାର୍ଜ ଦାମ୍ ବଢ଼ାଯାଇପାରେ । ଆସନ୍ତା ୨ ରୁ ୩ ମାସ ଭିତରେ ପୁଣିଥରେ ଦର ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି ।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ପ୍ରଥମ କମ୍ପାନୀ ଭାରତୀ ଏୟାରଟେଲ୍ ଏହାର ରିଚାର୍ଜ ମୂଲ୍ୟ ବଢ଼ାଇଥିଲା । ଏହାପରେ ପରେ ଭୋଡାଫୋନ୍-ଆଇଡିଆ ଓ ରିଲଏନ୍ସ ଜିଓ ମଧ୍ୟ ଏହିଭଳି ପଦକ୍ଷେପ ଗ୍ରହଣ କରିଥିଲେ । ଫଳରେ ରିଚାର୍ଜ ମୂଲ୍ୟରେ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ତିନି ମାସିଆ ରିଚାର୍ଜ ପ୍ଲାନ୍ ପାଇଁ ଯେଉଁଠାରେ ଗ୍ରାହକ ମାନେ ପୂର୍ବରୁ ୬୦୦ ଟଙ୍କା ଖର୍ଚ୍ଚ କରୁଥିଲେ ଏବେ ସେମାନେ ସାଢ଼େ ୭୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଖାଲି ଭାରତୀ ଏୟାରଟେଲ୍ ନୁହେଁ ବରଂ ଭୋଡାଫୋନ୍-ଆଇଡିଆ ସିଇଓ ମଧ୍ୟ ମୋବାଇଲ୍ ରିଚାର୍ଜ ପ୍ଲାନ୍ ବଢ଼ାଇବାର ସମ୍ଭାବନା ଥିବା କହିଥିଲେ ।

Get real time updates directly on you device, subscribe now.