fbpx

ଶ୍ରୀମନ୍ଦିରରେ ଅମାନିଆ ଭକ୍ତଙ୍କ କାରନାମା: ମହାପ୍ରଭୁଙ୍କ ଦର୍ଶନ ପାଇଁ ଧସେଇ ପଶିଲେ ଶ୍ରଦ୍ଧାଳୁ

Advertisement

ପୁରୀ(ଓଡିଶା ଭାସ୍କର): ଶ୍ରୀଜଗନ୍ନାଥ ମନ୍ଦିରରେ ଅମାନିଆ ହୋଇଛନ୍ତି ଭକ୍ତ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆଜି ବଡଦାଣ୍ଡରେ ଖୁବ ଭିଡ ଦେଖିବାକୁ ମିଳିଛି । ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଭକ୍ତମାନଙ୍କ ଭିଡ ଲାଗିଛି ବଡଦାଣ୍ଡରେ । ମହାପ୍ରଭୁଙ୍କର ଅପୂର୍ବ ସୁନାବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନେ ମନ୍ଦିର ଭିତରକୁ ଧସେଇ ପଶିଛନ୍ତି ।

ନୀତି ବିଳମ୍ବ ପାଇଁ କିଛି ସମୟ ପାଇଁ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଦର୍ଶନ ଆରମ୍ଭ ହେବା ମାତ୍ରେ ଭକ୍ତଙ୍କୁ ଅଟକାଇ ରକିବାରେ ବିଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଅନେକ ଶ୍ରଦ୍ଧାଳୁ ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରକୁ ପଶିବା ପାଇଁ ଉଦ୍ୟମ କରିଛନ୍ତି । ଏକା ସାଙ୍ଗରେ ସୁରକ୍ଷାକର୍ମୀଙ୍କ ବ୍ୟାରିକେଡ ଭାଙ୍ଗି ଶ୍ରୀମନ୍ଦିରକୁ ଜୋର ଜବରଦସ୍ତ ପଶିଛନ୍ତି ଶତାଧିକ ଭକ୍ତ । ଏହାପରେ ପରିସ୍ତିତି ଅଣାୟତ୍ତ ହୋଇଥିଲା । ଭକ୍ତ ଏବଂ ସେବାୟତଙ୍କ ଭିତରେ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି । ସେପଟେ ଏହି ଲମ୍ବା ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଯାଇ ନାକେଦମ ହୋଇଛି ପୋଲିସ ପ୍ରଶାସନ । ତେବେ ଅନେକ ଚେଷ୍ଟା ପରେ ସ୍ଥିତି ପୁଣି ଥରେ ନିୟନ୍ତ୍ରଣକୁ ଆଣିଥିଲା ପୋଲିସ ଏବଂ ଶାନ୍ତି ଶୃଙ୍ଖଳା ଭିତରେ ମହାପ୍ରଭୁଙ୍କ ଦର୍ଶନ ଜାରି ରହିଛି ।

Get real time updates directly on you device, subscribe now.