fbpx

ନୂତନ ଜାତୀୟ ରାଜପଥ ଟ୍ରାଫିକ ଥାନା ଉଦଘାଟନ କଲେ ଡିଜିପି ଅଭୟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କଟକ ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ନିକଟସ୍ଥ ପ୍ରତାପନଗରୀ ଠାରେ ନୂତନ ଜାତୀୟ ରାଜପଥ ଟ୍ରାଫିକ ଥାନାକୁ ଉଦଘାଟନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଆୟୋଜିତ ଏହି ଉଦଘାଟନ ଉତ୍ସବରେ ଭୁବନେଶ୍ୱର-କଟକ ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନି,କଟକ ଡିସିପି ପ୍ରତୀକ ସିଂ, ଅତିରିକ୍ତ ଟ୍ରାଫିକ ପୋଲିସ କମିଶନର ଡଃ କେ.କେ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ ।

ଜାତୀୟ ରାଜପଥରେ ଟ୍ରାଫିକ ନିୟନ୍ତ୍ରଣ ଓ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ଏହି ଟ୍ରାଫିକ ଥାନା କାର୍ଯ୍ୟ କରିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଟକ ସଦର ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ଓ ଜାତୀୟ ରାଜପଥ ଟ୍ରାଫିକ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରାଣା ଓ ଟ୍ରାଫିକ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.