fbpx

ହାଇକୋର୍ଟରେ ହାଜର ହେଲେ ଡିଜିପି

କଟକ,୧୮ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି ପୋଲିସ ଡିଜିପି ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି କୋର୍ଟରେ ହାଜର ହୋଇଛନ୍ତି । ମାମଲାର ଅଗ୍ରଗତି ନେଇ ସତ୍ୟପାଠ ମଧ୍ୟ ସେ ଦାଖଲ କରିଛନ୍ତି । ଜଉମୁଦ ଲଫାପାରେ ସତ୍ୟପାଠ ଦାଖଲ କରିଛନ୍ତି ଡିଜିପି ।  ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ ତାରିଖକୁ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

ତେବେ ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି ପୋଲିସ ଡିଜିପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ । ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ଡିଜିପିଙ୍କୁ ନିର୍ଦେଶ ଦିଆଯାଇଥିଲା ।

Get real time updates directly on you device, subscribe now.