fbpx

ଧଳା ଜହର କାରବାରକୁ ନେଇ କଲୋନୀରେ ଫାଙ୍କା ଗୁଳିଚାଳନା, ବନ୍ଧୁକ ମାଡରେ ଯୁବକ ଗୁରୁତର

ଢେଙ୍କାନାଳ,(ଭାସ୍କର ନ୍ୟୁଜ) : ଢେଙ୍କାନାଳ ସହର ଏବେ ଧଳାଜହରର ପେଣ୍ଠସ୍ଥଳ ପାଲଟି ଯାଇଛି । ଧଳା ଜହର ଯୋଗୁଁ ବହୁ ପରିବାର ସର୍ବସ୍ୱାନ୍ତ ହୋଇ ପଡିଥିବା ବେଳେ ଯୁବକ ମାନେ ଏହି ଧଳାଜହର କବଳରେ କବଳିତ ହୋଇ ପଥଭ୍ରଷ୍ଟ ହୋଇପଡୁଥିବାର ନଜିର ରହିଛି ା ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସହର ଉପକଣ୍ଠ ସଂଜୟ କଲୋନୀରେ। ଧଳାଜହର ବସ୍ତି ଅଞ୍ଚଳରେ ଖାଇବାକୁ ବିରୋଧ କରିବାରୁ ଅଞ୍ଚଳବାସୀଙ୍କୁ ଫାଙ୍କା ଗୁଳିଚାଳନା କରି ଭୟଭୀତ କରିଛନ୍ତି। ଏଥିସହିତ ବନ୍ଧୁକ ମାଡରେ ଯୁବକ ଜଣକ ଗୁରୁତର ଆହତ କରିଦେଇଥିବାର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ ସହର ଉପକଣ୍ଠ ଷ୍ଟେସନ ନିକଟସ୍ଥ ସଂଜୟ କଲୋନୀରେ ଶନିବାର ସନ୍ଧ୍ୟାରେ ଧଳାଜହର ଖାଇବାକୁ ବିରୋଧ କରୁଥିବା ଯୁବକ ପ୍ରକାଶ ନାଏକଙ୍କୁ ନରଣପୁର ଗ୍ରାମର ହରି ପ୍ରଧାନଙ୍କ ଭାଇ ସୁବାସ ପ୍ରଧାନ ଜଗା,ସଂଜି,ଟୁକୁ ପ୍ରମୁଖ ୨୦ଜଣଙ୍କ ସହିତ ଆସି ହଠାତ୍‌ ଫାଙ୍କା ଗୁଳି ଚାଳନା କରିବା ସହ ପ୍ରକାଶଙ୍କ ମୁଣ୍ଡକୁ ବନ୍ଧୁକରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଏପରିକି ତାଙ୍କୁ ଜୀବନରେ ମାରି ଶେଷ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ବୋଲି ପ୍ରକାଶ ନାଏକ ଲିଖିତ ଭାବେ ଅଭିଯୋଗ କରିଛନ୍ତି।  ତୁରନ୍ତ ତାଙ୍କ ବସ୍ତି ଅଂଚଳବାସୀନ୍ଦାଙ୍କୁ ସୁରକ୍ଷା ଯୋଗାଇଦେବା ସହ ବ୍ରାଉନ ସୁଗର କାରବାରରେ ଲିପ୍ତ ଲୋକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି।

Get real time updates directly on you device, subscribe now.