fbpx

ବିଗିଡିଲା ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସର ମେଡିସିନ ବିଭାଗରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ବିହାରର ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସର ମେଡିସିନ ବିଭାଗରେ ଭର୍ତ୍ତି କରାଯାଇଛି । ସେଠାରେ ଏକ ଡାକ୍ତରୀ ଟିମ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି । ଲାଲୁଙ୍କର ୟୁରିନ ଇନଫେକସନ୍‌ ହୋଇ ଥିବା ବେଳେ ଜ୍ୱରରେ ପୀଡ଼ିତ ଅଛନ୍ତି । ଏହାପୂର୍ବରୁ ଡାଇବେଟିସ, ରକ୍ତ ଚାପ, କିଡ଼ନୀ ରୋଗରେ ସେ ଆକ୍ରାନ୍ତ ହୋଇ ସାରିଛନ୍ତି ।

ଲାଲୁଙ୍କ ରକ୍ତ ସଂକ୍ରମିତ ହୋଇଥିବାରୁ ତାଙ୍କ କିଡନୀ ଏହାଦ୍ୱାରା ପ୍ରଭାବିତ ହୋଇଛି ବୋଲି ପୂର୍ବରୁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ । ଏମ୍ସରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୨ଟା୩୦ରେ ଲାଲୁଙ୍କୁ ଏମ୍ସର ଇମରଜେନ୍ସି ବିଭାଗରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେଠାରେ ତାଙ୍କର ବିଭିନ୍ନ ଯାଞ୍ଚ କରାଯାଇଥିଲା । ଏହାପୂର୍ବରୁ ମଧ୍ୟ ହୃଦରୋଗ ଓ କୀଡନୀ ସମ୍ବନ୍ଧୀୟ ରୋଗ ପାଇଁ ଲାଲୁ ଦୀର୍ଘ ଦିନ ଏମ୍ସରେ ଚିକିତ୍ସିତ ହୋଇଥିଲେ । ଲାଲୁ ଯାଦବ ୨୨ ତାରିଖରେ ପାଟନାରେ ପହଞ୍ଚିଥିବା ବେଳେ ୨୩ ତାରିଖରେ ସିବିଆଇ କୋର୍ଟରେ ହାଜର ହୋଇଥିଲେ । ମାମଲାର ଶୁଣାଣି ପାଇଁ ୩୦ ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଅସୁସ୍ଥତା ଅନୁଭବ କରିବାରୁ ଗତ ଗୁରୁବାର ଅସୁସ୍ଥ ଅନୁଭବ କରିବାରୁ ପାଟନାରୁ ଦିଲ୍ଲୀ ଆସିଥିଲେ ।

Get real time updates directly on you device, subscribe now.