fbpx

ମହିଳାଙ୍କ ଠାରୁ ୮୦ ହଜାର ଟଙ୍କା ଓ ସୁନା ଗହଣା ଲୁଟି ଘଟଣା: ନାବାଳକ ସହ ୨ ଗିରଫ

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): କଟକ ଜିଲ୍ଲା ଅଧିନସ୍ଥ ଅଡ଼ଶପୁର ବଜାରରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନା ଗହଣା ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ଓଲଟପୁର ପୋଲିସ୍‌ ଆଜି ତିନିଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି । ଅନ୍ୟ ଗିରଫ ଦ୍ୱୟ ହେଲେ ପୁରୀ ଜିଲ୍ଲା ପିିଲି ଥାନା ଅଞ୍ଚଳର ରାଜା ସିକାରୀ(୨୦), ଅନ୍ୟ ଜଣେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅରିସୋଲ ଗ୍ରାମର ବିଭୂତି ଭୂଷଣ (୩୬) ନାବାଳକ ଜଣକ ଘର ଯାଜପୁର ଜିଲ୍ଲା ରାବେଣା ଗ୍ରାମ ଅଞ୍ଚଳର ପିଣ୍ଟୁ (ଛଦ୍ମନାମ) ବୋଲି ଜଣାପଡ଼ିଛି । ପୋଲିସ୍‌ ଅଭିଯୁକ୍ତଙ୍କ ଠାରୁ ସମସ୍ତ ସୁନା ଗହଣା ଓ ନଗଦ ୭୯୨୫୫ଟଙ୍କା ଜବତ କରିଛି ।

ମହିଳାଙ୍କ ଅଭିଯୋଗ କ୍ରମେ ଓଲଟପୁର ଥାନା କେଶ୍‌ ନଂ.୧୨୫/୨୧ଏକ ମାମଲା ରୁଜୁ କରିଛି । ଏମାନଙ୍କଠାରୁ ଏକ ପଲ୍‌ସର୍‌ ଗାଡ଼ି ମଧ୍ୟ ଜବତ କରିଛି । ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣକ ଏରଞ୍ଚ ଗ୍ରାମର ପ୍ରତିମା ରାଣୀ ବୋଲି ଜଣାପଡ଼ିଛି । ସେ ନିଜ ଗହଣାକୁ ବନ୍ଧା ପକାଇ ୮୦ହଜାର ଟଙ୍କା ଲୋନ୍‌ ନେଇଥିଲେ । ଓଲଟ୍‌ପୁର ଥାନା ଆଇଆଇସି ବିଜୟା ସାହୁ, ସଦର ଏସ୍‌ଡ଼ିିଓ ସୁବାସ ଚନ୍ଦ୍ର ପଣ୍ଡା ବଜାରରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ଆସାମୀକୁ ଧରିବା ପାଇଁ ସକ୍ଷମ ହୋଇଥିଲେ । ଓଲଟପୁର ପୋଲିସ୍‌ର ଏଭଳି କାର୍ଯ୍ୟକୁ ସାଧାରଣ ଲୋକମାନେ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.