fbpx

(Video) ବଲେ ବଲେ ଢାବାର ଗୁମର ଖୋଲିଲେ କର୍ମଚାରୀ: ଅଭିନେତ୍ରୀମାନଙ୍କ ସହିତ ରାତି କାଟୁଥିଲେ ଅନେକ ବଡ଼ବଡ଼ିଆ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର ଭଙ୍ଗା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଧର୍ମଶାଳା ସ୍ଥିତ ବଲେ ବଲେ ଢାବା ଓ ଲଜ୍ ମଧ୍ୟ ଚର୍ଚ୍ଚାର ପରିସକୁ ଆସିଛି । ବଲେ ବଲେ ଢାବା ଓ ଲଜକୁ ସିଲ୍ କରିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଧାୟକ ଓ ସାଂସଦ ପାଣ୍ଠିରେ ଏହି ଢାବାକୁ ଆଧୁନିକୀକରଣ କରାଯିବା ସହିତ ବିବାହ, ବ୍ରତ ପାଇଁ କୋଟି କୋଟି ଟଙ୍କା ଆଦାୟ ହେଉଥିବା ଅଭିଯୋଗ ହୋଇଛି ।
ତେବେ ଏହା ମଧ୍ୟରେ ବଲେ ବଲେ ଢାବାକୁ ନେଇ ଆସିଛି ଏକ ଖବର । ଢାବାର ଗୁମର କର୍ମଚାରୀମାନେ ଖୋଲିଦେଇଛନ୍ତି । ଏହି ଢାବାକୁ ରାତିରେ ଅଭିନେତ୍ରୀମାନେ ଯିବା ସହିତ ସେଠାରେ ଅନେକ ବଡ଼ବଡ଼ିଆ ମଧ୍ୟ ରାତ୍ରିଯାପନ କରୁଥିଲେ ବୋଲି ଜଣାପଡ଼ିଛି । ଅନେକ ବଡ଼ବଡ଼ିଆଙ୍କ ସଉକକୁ ପୂରଣ କରିବାରେ ଏହି ଢାବା ରଙ୍ଗଶାଳା ସାଜିଥିଲା । କିଛି ଆଗଧାଡ଼ିର ସିରିୟଲ ଓ ଫିଲ୍ମ ଅଭିନେତ୍ରୀ ସେଠାକୁ ଯାଉଥିଲେ ବୋଲି କିଛି କର୍ମଚାରୀ ବୟାନ ଦେଇଛନ୍ତି । ଢାବାରେ ମୋଟ ୧୦-୧୨ ଜଣ କର୍ମଚାରୀ କାମ କରୁଥିଲେ । ଢାବାର ଖାଇବା ଦାମ୍ ବହୁତ ଅଧିକ ରହିଥିବାରୁ ସେଠାକୁ କେବଳ ଧନୀ ଶ୍ରେଣୀର ଲୋକମାନେ ଯାଉଥିଲେ । ସେଠାରେ ବିଭିନ୍ନ ପ୍ରକାରର ଖାଦ୍ୟ ସହିତ ମଦ ମଧ୍ୟ ମିଳୁଥିଲା ବୋଲି ଜଣେ କର୍ମଚାରୀ କହିଛନ୍ତି ।

Get real time updates directly on you device, subscribe now.