fbpx
BJD SKY
BJD SKY

ଢେଙ୍କାନାଳ: ଦମକଳ କେନ୍ଦ୍ରରେ ପଶିଲା ଭାଲୁ, କ୍ୟାମେରାରେ ଦୃଶ୍ୟ କଏଦ

BJD

ଓଡ଼ିଶା ଭାସ୍କର: ଦମକଳ କେନ୍ଦ୍ର ଭିତରେ ପଶିଲା ଭାଲୁ। ଢେଙ୍କାନାଳ ଜିଲ୍ଲାର ଭୁବନ ଦମକଳ କେନ୍ଦ୍ରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ୱିତ ରାତିରେ ଏକ ଭାଲୁ ଦମକଳ କେନ୍ଦ୍ର ଆଗରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଭାଲୁକୁ ଦେଖି କୁକୁରମାନେ ଗୋଡ଼ାଇଥିଲେ। ଫଳରେ ଭାଲୁଟି ପାଚେରୀ ଡେଇଁ କେଉଁଆଡେ ପଳାଇ ଯାଇଥିଲା। ତେବେ ଭାଲୁଟି ଦମକଳ କେନ୍ଦ୍ର ଭିତରେ ବୁଲୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ରାତିରେ ଭାଲୁ ବୁଲୁଥିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସେପଟେ ଭାଲୁର ଗତି ବିଧି ଉପରେ ବନ ବିଭାଗ ନଜର ରଖିଥିବା ଜଣାପଡିଛି।

ସୂଚନା ଥାଉକି, ଭୁବନ ଟାଉନ୍‌ରେ ଭାଲୁ ବୁଲିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଭୁବନ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ମଧ୍ୟ ଗୋଟିଏ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। ପରେ ଭାଲୁଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲା। ତେବେ ସବୁଜିମା ଜଙ୍ଗଲ କଂକ୍ରିଟ୍‌ ପାଲଟୁଥିବା ବେଳେ ବନ୍ୟଜନ୍ତୁ ଗାଁ’ ମୁହାଁ ହେଉଥିବା ଦେଖିବାକୁ ମିଳୁଛି।

Get real time updates directly on you device, subscribe now.