fbpx

ମିଳିଲା ୧୯୭୧ ଭାରତ-ପାକ୍ ଯୁଦ୍ଧରେ ନିଖୋଜ ଜାହାଜ: ‘PNS Ghazi’ର ଅବଶିଷ୍ଟାଂଶ ପାଇଲା Indian Navy

ନୂଆଦିଲ୍ଲୀ: ୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧର ଭୟଙ୍କ ସ୍ଥିତି ଏବେ ବି ଲୋକଙ୍କ ପାଇଁ ଦୁସ୍ୱପ୍ନ ହୋଇ ରହିଛି । ଏହି ଯୁଦ୍ଧରେ ପାକିସ୍ତାନର ଏକ ବୁଡ଼ାଜାହାଜ PNS Ghazi ରହସ୍ୟମୟୀ ଭାବରେ ସମୁଦ୍ରରେ ନିଖୋଜ ହୋଇଯାଇଥିଲା । ଯୁଦ୍ଧର ୫୩ ବର୍ଷ ପରେ ଆଜି ଏହାର ଅବଶେଷର ସନ୍ଧାନ ଖୋଜି ପାଇଛି ଭାରତୀୟ ନୌସେନା । ମିଳନ ୨୦୨୪ ନୌସୈନିକ ଅଭ୍ୟାସ ସମୟରେ ସମୁଦ୍ରରେ ରେସ୍କ୍ୟୁ ଅପରେସନ ଦେଖାଇବା ପାଇଁ ଏହି ସବମାରିନକୁ ପଠାଯାଇଥିଲା ।

୧୯୭୧ ଯୁଦ୍ଧ ସମୟରେ ବିଶାଖାପାଟନା ନିକଟରେ ରହସ୍ୟମୟୀ ଭାବରେ ନିକୋଜ ହୋଇ ଯାଇଥିଲା ପାକିସ୍ତାନୀ ନୌସେନାର ଆକ୍ରମଣକାରୀ ବୁଡ଼ାଜାହାଜ PNS Ghazi । ଏଥିରେ ଥିବା ୯୩ ପାକିସ୍ତାନୀ ନୌସେନା କର୍ମଚାରୀ ମଧ୍ୟ ଏହି ଦୁର୍ଘଟରାରେ ପ୍ରାଣ ହରାଇଥିଲେ । ଏହାବ୍ୟତୀତ ଜାପାନର ବୁଡ଼ାଜାହାଜ RO-110 ମଧ୍ୟ ଏହି ସ୍ଥାନରୁ ଠାବ କରାଯାଇଛି । ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୋୟଲ Indian Navy ଏବଂ ଅଷ୍ଟ୍ରେଲଆ ନୌସେନା ପାଣିରେ ବୁଡ଼ାଇ ଦେଇଥିବା ଜାଣିବାକୁ ମିଳିଥିଲା । ପ୍ରାୟ ୮୦ ବର୍ଷରୁ ଏହା ସମୁଦ୍ରର ତଳ ଭାଗରେ ପଡ଼ି ରହିଥିଲା ।

Pakistan Submarine PNS Ghazi

୨୦୧୮ ମସିହା ପୂର୍ବରୁ ଭାରତ ନିକଟରେ DSRV ଭଳି ଜ୍ଞାନକୌଶଳ ନଥିବାରୁ ସମୁଦ୍ର ମଧ୍ୟରେ ବୁଡ଼ି ରହିଥିବା ପୁରୁଣା ଜାହାଜ ଖୋଜିବାରେ ସମ୍ଭବ ହୋଇ ପାରୁ ନଥିଲା । କିନ୍ତୁ ବର୍ତ୍ତମାନ ସମୁଦ୍ରର ଉଭୟ ପାଶ୍ୱର୍ରୁ ଖୋଜାଖୋଜି କରିବା ପାଇଁ ଭାରତୀୟ ନୌସେନା ଏଭଳି ଦୁଇଟି ସବମାରିନ୍ ଆବଶ୍ୟକ କରୁଛି । ଯୁଦ୍ଧ ଜାହାଜ, ବାଣିଜ୍ୟିକ ଜାହାଜ କିମ୍ବା ଏୟାରକ୍ରାଫ୍ଟ ଦ୍ୱାରା DSRVକୁ ଯେକୌଣସି ସ୍ଥାନକୁ ନିଆଯାଇପାରିବ । ଏହାକୁ ଯଥାଶୀଘ୍ର ପ୍ରସ୍ତୁତ କରି ସମୁଦ୍ରର ଗଭୀରତାରେ ତଳକୁ ମଧ୍ୟ ପଠା ଯାଇପାରିବ । PNS Ghazi ଏବଂ RO-110 ବୁଡ଼ାଜାହାଜକୁ ଖୋଜି ପାଇବା ପରେ ଜଣାପଡିଛି ଯେ, ଏହି ବୁଡ଼ାଜାହାଜ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିପାରିବ। ଏହା ସମୁଦ୍ର ଭିତରେ ଥିବା ଇତିହାସକୁ ଅନୁସନ୍ଧାନ କରିବାକୁ ଶକ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

Japanese Submarine RO-110

ନାମ ଗୋପନ ରଖିବା ସର୍ତ୍ତରେ ନୌସେନାର ଅଧିକାରୀ କହିଛନ୍ତି ଯେ, “ଆମେ PNS Ghaziକୁ ଅତି ନିକଟରୁ ଦେଖିଛୁ । କିନ୍ତୁ ଏହାକୁ ସ୍ପର୍ଶ କରିନାହୁଁ। କାରଣ ଭାରତୀୟ ନୌସେନା ଏହାର ପରମ୍ପରା ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ୧୯୭୧ ଯୁଦ୍ଧ ସମୟରେ ଗାଜାଙ୍କୁ ବିଶାଖାପାଟନମ୍ ନିକଟରେ ଗୁପ୍ତଚର କରିବାକୁ ପଠାଯାଇଥିଲା । କିନ୍ତୁ ଅଜ୍ଞାତ କାରଣରୁ ସେ ବୁଡ଼ି ଯାଇଥିଲା।“

Get real time updates directly on you device, subscribe now.