fbpx

(Video))ବିବାହ ଉତ୍ସବରେ ନବବଧୂ ଉପରେ ହେଲା ସୁନା ବର୍ଷା, ଭିଡିଓ ଦେଖି ଲୋକେ ଚକିତ

ସୋସିଆଲ ମିଡିଆରେ ଏବେ ଏକ ବିବାହର ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିବା ପରେ ଆପଣ ଚକିତ ହୋଇଯିବେ । ଭିଡିଓରେ ଦେଖିବାକୁ ମିଳୁଛି କି ଏକ ଦମ୍ପତି ବଧୂ ଉପରେ ସୁନା ବର୍ଷା କରୁଛନ୍ତି ।

ଭିଡିଓରେ ଦେଖାଯାଉଛି କି ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଏକ ହଲ୍‌ରେ ସମସ୍ତ ଅତିଥି ଏକତ୍ରୀତ ହୋଇଛନ୍ତି । ଏହାପରେ ହଲ୍‌ରେ ନବବଧୂ ନଜର ଆସୁଛି । ବଧୂ ପାଖରେ ଏକ ଦମ୍ପତି ଛିଡା ହୋଇଥିବାର ନଜର ଆସୁଛନ୍ତି । ଏମାନେ ବଧୂର ମାତାପିତା ବୋଲି ଅନୁମାନ କରାଯାଉଛି । ଏହି ଦମ୍ପତି ବଧୂ ଉପରକୁ କିଛି ପ୍ୟାକେଟ୍ ପକାଉ ଥିବାର ନଜର ଆସୁଛି । ଏହାପରେ ଭଲ ଭାବରେ ଦେଖିଲେ ଜଣାପଡୁଛି କି ଏହି ପ୍ୟାକେଟ୍‌ରେ ସୁନା କଏନ୍ ରହିଛି ।

 

View this post on Instagram

 

A post shared by Viral Bhayani (@viralbhayani)

ବିବାହର ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ତେବେ ଏହା ଭାରତର ଚିତ୍ର ନୁହେଁ । କାରଣ ଭୂମିରେ ପଡୁଥିବା ମୁଦ୍ରା ଭାରତର ନୁହେଁ । ତେବେ ଅନୁମାନ କରାଯାଉଛି କି ଏହା ପାକିସ୍ତାନର ଭିଡିଓ ବୋଲି । ଏହି ଭିଡିଓ ଇନଷ୍ଟାଗ୍ରାମରେ viralbhayani ନାମକ ପେଜ୍‌ରେ ସେୟାର କରାଯାଇଛି । ଭିଡିଓ ଦେଖିବା ପରେ ୟୁଜର ଲେଖିଛନ୍ତି ଏହା କେବଳ ପବ୍ଲିସିଟି ଷ୍ଟଣ୍ଟ ।

Get real time updates directly on you device, subscribe now.