fbpx
BJD SKY
BJD SKY

ଖୁସି ଖବର: ବାହାଘର ସିଜନ ଭିତରେ ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ ଆଜିର ମୂଲ୍ୟ

BJD

ଓଡିଶା ଭାସ୍କର: ବର୍ତ୍ତମାନ ଦେଶରେ ଜାରି ରହିଛି ବାହାଘର ସିଜନ। ଏଣୁ ଯଦି ଆପଣ ବାହାଘର ଲାଗି ସୁନା କିଣିବାକୁ ଯୋଜନା ରଖିଛନ୍ତି ତାହେଲେ ସୁନାର ମୂଲ୍ୟ ଜାଣିବା ନିହାତି ଆବଶ୍ୟକ। ଆଉ ସୁନାଗହଣା କିଣିବା ଆଗରୁ ଆଜି ବଜାରରେ ସୁନା ଦର ହ୍ରାସ ପାଇଛି ନା ବୃଦ୍ଧି ପାଇଛି ତାହା ଜାଣି ରଖନ୍ତୁ। ଏବଂ ଏହା ସହ ସୁନାର ଶୁଦ୍ଧତା କିପରି ଯାଞ୍ଚ କରିବେ ତାହା ମଧ୍ୟ ଜାଣି ରଖନ୍ତୁ।

ଏଠାରେ କହି ରଖୁ ଯେ, କିଛିଦିନ ହେବ ସୁନା ଦର ଲଗାତାର ବୃଦ୍ଧି ପାଉଥିବା ବେଳେ ଗତକାଲି ଅପେକ୍ଷା ଆଜି ସୁନା ଦର ହ୍ରାସ ଘଟିଛି। ମାତ୍ର ଏହି ହ୍ରାସ ଗ୍ରାହକଙ୍କୁ ସେତେଟା ଖୁସି କରିପାରି ନାହିଁ। କାରଣ ଗତକାଲି ତୁଳନାରେ ଗ୍ରାମ ପିଛା ସୁନା ଦର ୧ ଟଙ୍କା ଖସିଛି। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୬୦୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ଦଶ ଗ୍ରାମ ପିଛା ୧୦ ଟଙ୍କା ହ୍ରାସପାଇଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୬୨,୭୪୦ ଟଙ୍କା ଯାହାକି ଗତ କାଲି ଥିଲା ୬୨,୭୫୦।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୭,୬୦୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୭୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୭,୧୪୦ ଟଙ୍କା ରହିଛି। ସେହିପରି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୭,୭୭୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୯୧୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୧୪୦ ଟଙ୍କା ରହିଛି। ଅନ୍ୟପଟେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୭,୬୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୭୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୭,୧୪୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୭,୬୦୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୭୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୧୪୦ ଟଙ୍କା ରହିଛି । ସେପଟେ ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ ୨୨ କ୍ୟାରେଟର ସୁନା ଦାମ୍ ୫୮,୧୨୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩,୪୦୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୬୦୦ ଟଙ୍କା ରହିଛି ।

ସୂଚନା ଯୋଗ୍ୟ, ସୁନାର ଶୁଦ୍ଧତା ଯାଞ୍ଚ କରିବାପାଇଁ ସରକାର ଏକ ଆପ ଉପସ୍ଥାପନ କରିଛନ୍ତି। ଗ୍ରାହକମାନେ ‘ବିଏସ କେୟାର ଆପ’ ମାଧ୍ୟମରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହା ସହ ଗ୍ରାହକମାନେ ଘରେ ବସି ସୁନା ମୂଲ୍ୟ ମଧ୍ୟ ସହଜରେ ଜାଣିପାରିବେ। ଏଥିପାଇଁ କେବଳ ୮୯୫୫୬୬୪୪୩୩ ନମ୍ବରରେ ଏକ ମିସ କଲ ଦେବାକୁ ପଡିବ ଏବଂ ୟୁଜରଙ୍କ ଫୋନରେ ଏକ ମେସେଜ ଆସିବ, ଯେଉଁଥିରେ ସର୍ବଶେଷ ମୂଲ୍ୟ ଯାଞ୍ଚ କରିହେବ।

Get real time updates directly on you device, subscribe now.