fbpx

‘Crew’ର ପ୍ରଥମ ପୋଷ୍ଟର ଜାରି: ଏହି ଚରିତ୍ରରେ ହଙ୍ଗାମା କରିବେ କରୀନା , କ୍ରିତି ଓ ତବୁ

ଫିଲ୍ମ କ୍ରୁ ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ମଧ୍ୟରୁ ଅନ୍ୟତମ । ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଛନ୍ତି ବଲିଉଡ୍‌ର ଦମଦାର ଅଭିନେତ୍ରୀ କରୀନା କପୁର ଖାନ୍‌, କ୍ରିତି ସେନନ ଓ ତବୁ । ଏହି ଫିଲ୍ମର ଘୋଷଣା ପର ଠାରୁ ଦର୍ଶକଙ୍‌କ ମଧ୍ୟରେ ଏହାକୁ ନେଇ ଉତ୍ସାହ ବଢିଯାଇଛି । ଏକ ସଙ୍ଗେ ଏହି ୩ ଦମଦାର ଅଭିନେତ୍ରୀ କ’ଣ କମାଲ କରିବେ ତାହାକୁ ନେଇ ସମସ୍ତଙ୍କ ମନ ମଧ୍ୟରେ ଭରି ରହିଛି ଉତ୍କଣ୍ଠା । ଏବେ ନିର୍ମାତା ୩ ପୋଷ୍ଟର ରିଲିଜ୍ କରି ଦର୍ଶକଙ୍କ ଉତ୍କଣ୍ଠା ଆହୁରି ବଢାଇ ଦେଇଛନ୍ତି । ଏହି ୩ ପୋଷ୍ଟରରେ କରୀନା ଚୋରି କରିବାକୁ ପ୍ରସ୍ତୁତ ହେଉଥିବା ବେଳେ କ୍ରିତି ନକଲି ରୂପ ଧରିବାକୁ ପ୍ରସ୍ତୁତ ହେଉଛନ୍ତି ଆଉ ତବୁ ରିକ୍ସ ନେବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଶୁକ୍ରବାର ଅର୍ଥାତ୍ ଫେବୃୟାରୀ ୨୩ରେ ‘କ୍ରୁ’ର ପ୍ରଥମ ପୋଷ୍ଟର ଜାରି କରି ନିର୍ମାତା ପ୍ରଶଂସକଙ୍କୁ ଏକ ରୋମାଞ୍ଚକ ଝଲକ ଦେଖାଇଛନ୍ତି । ଫିଲ୍ମରେ ୩ ଅଭିନେତ୍ରୀ ଏୟାର ହୋଷ୍ଟେସ୍ ଭୂମିକା ନିଭାଇଛନ୍ତି । ପୋଷ୍ଟରରେ ସମସ୍ତ ଅଭିନେତ୍ରୀ ଚମକଦାର ରେଡ୍ ୟୁନିଫର୍ମରେ ନଜର ଆସୁଛନ୍ତି । ରେଡ୍ ୟୁନିଫର୍ମରେ ସେମାନେ ବିମାନ କ୍ୟାବିନରେ ପୋଜ୍ ଦେଉଥିବାର ନଜର ଆସୁଛନ୍ତି । କରୀନାଙ୍କ ପୋଷ୍ଟର ‘ଷ୍ଟିଲ ଇଟ୍‌’, ତବୁଙ୍କ ପୋଷ୍ଟର ‘ରିସ୍କ ଇଟ୍‌’ ଓ କ୍ରିତିଙ୍କ ପୋଷ୍ଟର ‘ଫେକ୍ ଇଟ’ କ୍ୟାପସନ ସହ ଆସିଛି ।
ଫିଲ୍ମ ‘କ୍ରୁ’ର ନିର୍ଦ୍ଦେଶକ ରାଜେଶ ଏ କ୍ରିଷ୍ଣନ ରହିଥିବା ବେଳେ ଶୋଭା କପୁର, ଅନିଲ କପୁର, ଏକତା କପୁର, ରିୟା କପୁରଙ୍କ ସହିତ ବହୁ ନାମୀ କଳାକାର ଏଥିରେ ସାମିଲ ରହିଛନ୍ତି । ୨୯ ମାର୍ଚ୍ଚ ୨୦୨୪ରେ ଫିଲ୍ମ ସିନେମାଘରେ ରିଲିଜ୍ ହେବ ।

Get real time updates directly on you device, subscribe now.