fbpx

ଦ୍ୱିତୀୟ ମ୍ୟାଚ ପାଇଁ ଧୋନୀ ରଚିଲେ ନୂଆ ପ୍ଲାନ: ଅଚାନକ ଏହି ଷ୍ଟାର ଖେଳାଳିଙ୍କୁ ଦଳରେ କଲେ ଏଣ୍ଟ୍ରି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି । ପ୍ରଥମ ମ୍ୟାଚରେ କୋଲକାତା ନିକଟରୁ ପରାସ୍ତ ହେବା ପରେ ନୂଆ ଏକ ପ୍ଲାନ ରଚିଛନ୍ତି ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଦଳର ଆଉ ଜଣେ ଷ୍ଟାର ଖେଳାଳିଙ୍କୁ ଅଚାନକ ଦ୍ୱିତୀୟ ମ୍ୟାଚ ପାଇଁ ଚୟନ କରାଯାଇଥିବା ଜାଣିବାକୁ ମିଳିଛି । ଯାହାଙ୍କ ଜବରଦସ୍ତ ପ୍ରଦର୍ଶନରେ ଦଳ ପୂର୍ବ ବର୍ଷ ଟ୍ରଫି ନିଜର କରିଥିଲା ।

IPL 2022: Match 7, LSG vs CSK Match Prediction – Who will win today's IPL match between LSG vs CSK?

ଚଳିତ ସିଜନରେ ଧୋନୀଙ୍କ ସ୍ଥାନରେ ସିଏସକେର ନେତୃତ୍ୱ ନେଉଛନ୍ତି ରବିନ୍ଦ୍ର ଜାଡେଜା । କିନ୍ତୁ ଏବେ ବି ଧୋନୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ସହିତ ଜାଡେଜାଙ୍କୁ ନେତୃତ୍ୱ ନେବାରେ ସାହାଯ୍ୟ କରୁଛନ୍ତି । ଏହାରି ମଧ୍ୟରେ ଉଦଘାଟନୀ ମ୍ୟାଚରେ କୋଲକାତାଠାରୁ ପରାସ୍ତ ହୋଇଛି ଚେନ୍ନାଇ । ବ୍ୟାଟିଂ ବିପର୍ଯ୍ୟୟ ସହିତ ଦୁର୍ବଳ ବୋଲିଂ ଆଟାକ ପାଇଁ ଦଳ ପରାଜୟର ସାମନା କରିଛି । ତେବେ ଦ୍ୱିତୀୟ ମ୍ୟାଚରେ ବିଜୟ ପାଇଁ ଧୋନୀ ଏକ ମାଷ୍ଟର ପ୍ଲାନ କରିଛନ୍ତି । ଦଳର ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ବ୍ୟାଟିଂ ସହିତ ବୋଲିଂରେ ମଧ୍ୟ ମୋଇନ ଦଳ ପାଇଁ ଖୁବ ପ୍ରଭାବଶାଳୀ ପ୍ରମାଣିତ ହୋଇଛନ୍ତି । ସେଥିପାଇଁ ଦଳ ତାଙ୍କୁ ମେଗା ଅକ୍ସନ ପୁର୍ବରୁ ରିଟେନ ରଖିଥିଲା । ମୋଇନ ଅଲୀଙ୍କ ଉପସ୍ଥିତି ଦଳ ପାଇଁ ମିଡିଲ ଅର୍ଡର ମଜବୁତ କରିବା ସହିତ ବୋଲିଂରେ ମଧ୍ୟ ପ୍ରଭାବ ପକାଇ ପାରିବ ସିଏସକେ ।

IPL 2022: CSK all-rounder Moeen Ali to miss team's opening clash due to visa issues » FirstSportz

ରାଣ୍ଟାଇନରେ ଥିବାରୁ ପ୍ରଥମ ମ୍ୟାଚରେ ସ୍ଥାନ ପାଇ ପାରିନଥିଲେ ମୋଇନ । କିନ୍ତୁ ଦ୍ୱିତୀୟ ମ୍ୟାଚରେ ତାଙ୍କର ଖେଳିବା ନିଶ୍ଚିତ । ତେବେ ତାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ବାହାର କରିବେ ତାହା ଏକ ପ୍ରଶ୍ନବାଚୀ ହୋଇପାରେ । ଦଳରେ ମୋଇନ ଅଲୀ ଫେରିଲେ ମିଚେଲ ସାଣ୍ଟନର ପ୍ଲେଇଙ୍ଗ ଇଲେଭେନରୁ ବାଦ ପଡି ପାରନ୍ତି । ତେବେ ସାଣ୍ଟନରଙ୍କ ବ୍ୟତୀତ ଓପନର ଡିଭନ କନୱେ ମଧ୍ୟ ଏହି ତାଲିକାରେ ଅଛନ୍ତି । ଉଭୟଙ୍କ ମଧ୍ୟରୁ ଜଣଙ୍କ ସ୍ଥାନରେ ମୋଇନ ଅଲୀ ଦଳ ପାଇଁ ୨୦୨୨ ସିଜନର ପ୍ରଥମ ମ୍ୟାଚ ଖେଳିବେ ।

ଦ୍ୱିତୀୟ ମ୍ୟାଚ ପାଇଁ CSKର ସମ୍ଭାବ୍ୟ ଦଳ:
ଋତୁରାଜ ଗାଏକ୍ୱାଡ, ଡିଭନ କନୱେ, ମୋଇନ ଅଲୀ, ରବିନ ଉତ୍ଥାପା, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା(ଅଧିନାୟକ), ଏମ ଏସ ଧୋନୀ(ୱିକେଟ କିପର),ଶିବମ ଦୁବେ, ଡ୍ୱେନ ବ୍ରାଭୋ, ଏଡମ ମିଲନେ ଏବଂ ତୁଷାର ଦେଶପାଣ୍ଡେ ।

Get real time updates directly on you device, subscribe now.