Diabetes ରୋଗୀ ସାବଧାନ: ଏହିସବୁ ଫଳ ଓ ସବଜି ବ୍ଲଡ୍ ଶୁଗାର ସ୍ତର ବଢ଼ାଉଛି, ନୂଆ ରୋଗ ସୃଷ୍ଟି କରୁଛି

ଆଜି କେବଳ ଭାରତ ନୁହେଁ ବିଶ୍ୱର ଅଧା ଲୋକ ଡାଇବେଟିସ ବିମାରୀ ସହିତ ଲଢ଼ୁଛନ୍ତି । ଯଦି ଠିକ୍ ସମୟରେ ଏହି ରୋଗର ଚିକିତ୍ସା କରାନଯାଏ, ତେବେ ଏହା ଶରୀରରେ ଅନ୍ୟ ରୋଗକୁ ଆମନ୍ତ୍ରଣ କରିଥାଏ । ତେଣୁ ଡାଇବେଟିସ ରୋଗୀମାନେ ନିଜର ଖାଇବା ପିଇବା ଉପରେ ନଜର ରଖିବା ଦରକାର । ବିଶେଷକରି ଅଧିକ ଶୁଗର ଥିବା ଫଳ ଓ ସବଜିକୁ ଆଭଏଡ୍ କରିବା ଦରକାର ।

ବର୍ତ୍ତମାନ ସୁଦ୍ଧା ଡାଇବେଟିସ ରୋଗର କୌଣସି ସଠିକ୍ ଚିକିତ୍ସାର ସୂତ୍ର ବାହାରି ନାହିଁ । ତେଣୁ ଡାକ୍ତରମାନେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛି ତରିକା ବତାଇଛନ୍ତି । ଯଦି ଠିକ୍ ସମୟରେ ଏହାର ଚିକିତ୍ସା କରାନଯାଏ, ତେବେ ଏହା ଭୟଙ୍କର ବୀମାରୀ ସୃଷ୍ଟି କରିଥାଏ । ଫଳକୁ ସବୁଠାରୁ ହେଲଦି ସ୍ନାକ୍ସ ଭାବେ ଗ୍ରହଣ କରାଯାଏ । କାରଣ ଏଥିରେ କମ୍ କ୍ୟାଲୋରୀ ସହିତ ଭିଟାମିନ୍ ଓ ଭାଇବର ଭରପୂର ମାତ୍ରାରେ ରହିଥାଏ ।

ଡାଇବେଟିସ୍ ଟାଇପ ୧ ଓ ଟାଇପ୍ ୨ ଏପରି ଦୁଇ ପ୍ରକାରର ହୋଇଥାଏ । ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ (ଜିଆଇ) ଫଳ ମଧ୍ୟରେ କଦଳୀ, ସନ୍ତରେ, ଆମ୍ବ, ଅଙ୍ଗୁର, କିଶମିଶ, ଖଜୁର, ନାଶପାତୀ ସାମିଲ ରହିଛି । ଅନ୍ୟପକ୍ଷରେ କମ୍ ଜିଆଇ ଯୁକ୍ତ ଫଳ ମଧ୍ୟରେ ଜାମୁନ, ଆଲୁବୁଖାରା, କିବି ଓ ଅଙ୍ଗୁର ସାମିଲ ରହିଛି । ଡାଇବେଟିସ୍ ରୋଗୀମାନେ ଜରୁରୀ ପୋଷକ ତତ୍ତ୍ୱ ପାଇଁ କମ୍ ଜିଆଇ ଯୁକ୍ତ ଫଳ ସେବନ କରିବା ଉଚିତ୍ ।

ଏଥିସହିତ ଅନାଜ, ଫଳ, ସବଜି, ବିନ୍ସ ଓ ଡାଲ ପରି କମ୍ ଜିଆଇ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ । ଉଚ୍ଚ ଜିଆଇ ଯୁକ୍ତ ଖାଦ୍ୟ ସର୍ବଦା ଶରୀର ପାଇଁ ଖରାପ ହୋଇନଥାଏ । ତରଭୂଜ, ଚୁକନ୍ଦର ଉଚ୍ଚ ଜିଆଇ ଯୁକ୍ତ ଫଳ ଓ ସବଜି ଅଟେ । ମାତ୍ର ଏହା ଡାଇବେଟିସ ପାଇଁ ବହୁତ କ୍ଷତିକାରକ ହୋଇ ନଥାଏ । ଚକୋଲେଟ କେକରେ ଜିଆଇ କମ୍ ରହିଥାଏ, ତେଣୁ ଏହାକୁ ସେବନ କରିବା ହାନିକାରକ ହୋଇଥାଏ । ମିଠା, କୋଲ ଡ୍ରିଙ୍କ, ସଫେଦ ବ୍ରେଡ, ଆଲୁ, ସଫେଦ ଚାଉଳ ପରି ହାଇ ଜିଆଇ ଯୁକ୍ତ ଜିନିଷ ଡାଇବେଟିସ୍ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ।