fbpx

(Video) ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ଭାରତୀୟ ମୁଦି, ହୀରା ସଂଖ୍ୟା ଶୁଣିଲେ ଆପଣ ନିଶ୍ଚୟ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମୁଦି କହିଲେ ଏକ ସଂଶାଧନ ସାମଗ୍ରୀକୁ ବୁଝାଇଥାଏ । ପୁରୁଷ ହୁଅନ୍ତୁ କିମ୍ବା ମହିଳା ସମସ୍ତେ ମୁଦି ପିନ୍ଧିଥାନ୍ତି । ମୁଦି ପିନ୍ଧିବାର ଅନେକ କାରଣ ମଧ୍ୟ ଥାଏ ବିବାହ ଭଳି ଶୁଭ କାର୍ଯ୍ୟ ହେଉ, କିମ୍ବା ହେଉ କିମ୍ବା କୌଣସି ଗ୍ରହ ଖଣ୍ଡନ ପାଇଁ । ବିଭିନ୍ନ କାରଣରୁ ଅନେକ ଲୋକ ଭିନ୍ନ ଭିନ୍ନ ମୁଦି ମଧ୍ୟ ପିନ୍ଧଥାନ୍ତି । କେହି ସୁନାର ମୁଦି ପିନ୍ଧିଥାନ୍ତି ତ’ କେହି ପୁଣି ରୂପାର, ତ’ ପୁଣି କିଏ ହୀରାର ମୁଦି ପିନ୍ଧିଥାନ୍ତି ।

ସୁନା ମୁଦି କିମ୍ବା ହୀରାର ମୁଦି ଅଧିକ ଦାମୀ ହୋଇଥାଏ । ତେବେ ବର୍ତ୍ତମାନ ଏହି ହୀରା ମୁଦିକୁ ନେଇ ଏକ ବଡ଼ ଖବର ଆସିଛି । ଯେଉଁଠାରେ ଏକ ଜ୍ୱେଲେରୀ କମ୍ପାନୀ ଏହାର ଏକ ନୂତନ ହୀରା ମୁଦି ପାଇଁ ଗିନିଜ ୱାର୍ଲ୍ଡ ବୁକ୍ ଏବଂ ଏସିଆନ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି । ଖାଲି ସେତିକି ନୁହେଁ ଏହି ହୀରା ମୁଦିର ବିଶେଷତ୍ୱ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହି ହୀରା ବିଷୟରେ ଅଧିକ ।

ପ୍ରକୃତରେ ଏହା କୌଣସି ସାଧାରଣ ହୀରା ନୁହେଁ, ଏହି ହୀରାମୁଦିରେ ଖଚିତ ହୋଇଛି ୨୪୬୭୯ ହୀରା । ଆଉ କୌଣସି ମୁଦିରେ ଏତେ ସଂଖ୍ୟକ ହୀରା ବ୍ୟବହାର କରାଯାଇ ତିଆରି ହୋଇଥିବାରୁ, ଏହାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏହି ମୁଦିର ଆକାର ଦେଖିବାକୁ ମସୃମ(ଛତୁ) ପରି । ଏହି ମୁଦିର ନାମହେଉଛି “ଆମି’ । ଏହାକୁ କେରଳର ପ୍ରସିଦ୍ଧ ଜ୍ୱେଲେରୀ କମ୍ପାନୀ “ଏସଡବ୍ଲୁଏ ଡାଇମଣ୍ଡ’ ଏହି ମୁଦି ତିଆରି କରିଛି । ଯାହାକୁ ତିଆରି କରିବାକୁ ୯୦ ଦିନ ସମୟ ଲାଗିଥଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.