ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ

ଓଡିଶା ଭାସ୍କର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ। ଯାଜପୁର ଜିଲ୍ଲାରେ ଏବେ 82 ରୋଗୀ ଚିକିତ୍ସାଧୀନ ହେଉଥିବାବେଳେ କେନ୍ଦୁଝର ଜିଲ୍ଲାରେ 34 ରୋଗୀ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟ ପ୍ରଭାବିତ ଜିଲ୍ଲା ଗୁଡିକରେ ରୋଗୀ ସଂଖ୍ୟା କମୁଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଥିବାବେଳେ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ। ଆଗରୁ ଡାଇରିଆ ପାଇଁ ସମସ୍ତେ ଚିନ୍ତିତ ଥିଲେ, କିନ୍ତୁ ଏବେ ସ୍ଥିତିରେ ସୁଧାର ଆସିବା ପରେ ସମସ୍ତଙ୍କୁ ଆସ୍ୱସ୍ଥି ମିଳିଛି।