ଓଡ଼ିଶା ଭାସ୍କର: ମାଇକ୍ରୋସଫ୍ଟ କ୍ରାଉଡଷ୍ଟ୍ରାଇକକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । କମ୍ପ୍ୟୁଟର ବ୍ୟବହାର କରିବା ସମୟରେ ଅନେକ ୱିଣ୍ଡୋଜ୍ ୟୁଜର୍ସଙ୍କ ସ୍କ୍ରିନରେ ଅଚାନକ ନୀଳ ରଙ୍ଗ ଦେଖାଯାଉଛି । ଫଳରେ କମ୍ପ୍ୟୁଟର ବନ୍ଦ ହୋଇ ପୁଣିଥରେ ରିଷ୍ଟାର୍ଟ ହୋଇଯାଉଛି । କ୍ରାଉଡଷ୍ଟ୍ରାଇକ ନାମକ ଏକ ଆଣ୍ଟି ଭାଇରସ୍ କମ୍ପାନୀର ଅପଡେଟ ପାଇଁ ଏଭଳି ସମସ୍ୟା ଦେଖାଯାଉଥିବା କହିଛି ମାଇକ୍ରୋସଫ୍ଟ । ତେବେ ଏହି ମାମଲାକୁ ନେଇ ଭେଙ୍ଗାବାବାଙ୍କ ଭବିଷ୍ୟବାଣୀ ଏବେ ପୁଣିଥରେ ଖୁବ ଚର୍ଚ୍ଚାକୁ ଆସିଛି । ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ସତ ହୋଇଥିବା କୁହାଯାଉଛି ।
ମାଇକ୍ରୋସଫ୍ଟରେ ଏଭଳି ସମସ୍ୟା ସୃଷ୍ଟି ହେବା ପରେ ସୋସିଆଲ ମିଡିଆରେ ସାଇବର ଆଟାକ ହୋଇଥିବା ଚଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ଏହାଭିତରେ ଦୀର୍ଘବର୍ଷ ତଳେ ବାବା ଭେଙ୍ଗା କରିଥିବା ଭବିଷ୍ୟବାଣୀ ସତ ହୋଇଥିବା ଆଲୋଚନା ହେଉଛି । ବୁଲଗେରିଆର ଦୃଷ୍ଟିହୀନ ରହସ୍ୟବାଦୀ ବାବା ଭେଙ୍ଗା ନିଜ ଭବିଷ୍ୟବାଣୀକୁ ନେଇ ବେଶ୍ ପରିଚିତ । ତାଙ୍କର ଅଧିକାଂଶ ଭବିଷ୍ୟବାଣୀ ସତ ହୋଇଥିବା ଦେଖାଯାଇଛି । ୨୦୨୪ ପାଇଁ ତାଙ୍କର ଭବିଷ୍ୟବାଣୀ ସମସ୍ତଙ୍କୁ ବିଚଳିତ କରିଦେଇଛି । ଏହି ବର୍ଷରେ ବୈଷୟିକ ବିପର୍ୟ୍ୟୟ, ଚିକିତ୍ସା କ୍ଷେତ୍ରରେ ସଫଳତା, ପ୍ରାକୃତିକ ବିପର୍ୟ୍ୟୟ ବୃଦ୍ଧି ଭଳି ଘଟଣାକୁ ନେଇ ସେ ପୂର୍ବାନୁମାନ କରିଥିଲେ। ଯେଉଁଥିରେ ବୈଷୟିକ ବିପର୍ୟ୍ୟୟ ଏବେ ସତ ପ୍ରମାଣିତ ହେଉଛି । ତେଣୁ ଆଗକୁ ଅନ୍ୟାନ୍ୟ ବିପର୍ଯ୍ୟୟର ସାମନା ହୋଇପାରେ ବୋଲି ଆଶଙ୍କା ବୃଦ୍ଧି ପାଇଛି ।
୨୦୨୪ ରେ ବାବା ଭେଙ୍ଗା ଏକ ପ୍ରମୁଖ ବୈଷୟିକ ବିପର୍ୟ୍ୟୟର ପୂର୍ବାନୁମାନ କରିଥିଲେ । ଏଥିରେ ବ୍ୟାପକ ସାଇବର ଆଟାକ୍ କିମ୍ବା ଜଟିଳ ଭିତ୍ତିଭୂମି ବ୍ୟବସ୍ଥାରେ ବିଫଳତା ଅନ୍ତର୍ଭୂକ୍ତ ହୋଇପାରେ, ଯାହା ବ୍ୟାପକ ବ୍ୟାଘାତ ଘଟାଇଥାଏ । ୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପ୍ରାୟ ସତ୍ୟ ବୋଲି ଅନୁମାନ କରାଯାଉଛି ।
୨୬ ବର୍ଷ ପୂର୍ବରୁ ପ୍ରାଣ ହରାଇ ସାରିଥିବା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇସାରିଛି । ଏଥିରେ ୯/୧୧ ଆକ୍ରମଣ ଏବଂ ୟୁକ୍ରେନ ଯୁଦ୍ଧ ଇତ୍ୟାଦି ସମିଲ ରହିଛି । ତେବେ ୨୦୨୪ ପାଇଁ ସେ ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି । ତେବେ ଭେଙ୍ଗାବାବାଙ୍କ ଭବିଷ୍ୟବାଣୀର କୌଣସି ବିଜ୍ଞାନସମ୍ମତ ପ୍ରମାଣ ନାହିଁ । କିନ୍ତୁ ତାଙ୍କର କିଛି ଭବିଷ୍ୟବାଣୀ ସତ ହେବାର ଦେଖା ଯାଇଥିବାରୁ ଏସବୁ ଭବିଷ୍ୟବାଣୀ ମଧ୍ୟ ସତ ହେବ ବୋଲି ଆଶଙ୍କା କରାଯାଉଛି ।