fbpx

ଜେଲରୁ ମୁକୁଳିଲେ ହେମନ୍ତ ସୋରେନ, ସୋସିଆଲ ମିଡିଆରେ ଦିଦିଙ୍କ ଶୁଭେଚ୍ଛା

Advertisement

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଜାମିନ୍ ପାଇଛନ୍ତି । ଏନେଇ ପଶ୍ଟିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର “ଏକ୍ସ’ ଆକାଉଣ୍ଟରେ ଖୁସି ବ୍ୟକ୍ତ କରିଛନ୍ତି । କୋର୍ଟ ତାଙ୍କୁ ସଠିକ ନ୍ୟାୟ ଦେଇଥିବାରୁ ଦିଦି ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ।

ଖବର ଅନୁସାରେ, ମମତା ବାନାର୍ଜୀଙ୍କ କହିବା ଅନୁସାରେ ହେମନ୍ତ ସୋରେନ ହେଉଛନ୍ତି ଜଣେ ଟାଣୁଆ ଆଦିବାସୀ ନେତା । ସେ ଅନେକ ସମୟରେ ଆଦିବାସୀମାନଙ୍କ କଥାକୁ ନେଇ ସବୁଠି ଲଢେଇ କରିବା ସ୍ୱର ଉତ୍ତୋଳନ କରିବାର ଦେଖିବାକୁ ମିଳିଥାଏ । ମାନ୍ୟବର ହାଇକୋର୍ଟ ତାଙ୍କ ପ୍ରତି ନ୍ୟାୟ ବିଚାର କରି ଜାମିନ ପ୍ରଦାନ କରିଛନ୍ତି । ଏଥିସହ ସେ ହେମନ୍ତ ସୋରେନଙ୍କୁ ସ୍ୱାଗତ କରିଛନ୍ତି ।

ସେହିପରି ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ପରେ ସେ ପୁଣି ମୁଖ୍ୟମନ୍ତ୍ରୀ ସିଟରେ ବସିବେ କି ନାହିଁ ସେ ନେଇ ଝାଡଖଣ୍ଡରେ ରାଜନୀତିରେ ଏକ ଝଡ ସୃଷ୍ଟି ହୋଇଥିବା ବେଳେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ସମସ୍ତ କର୍ମୀ ହେମନ୍ତଙ୍କ ଜାମିନରେ ଆନନ୍ଦିତ ହୋଇଛନ୍ତି । ହେମନ୍ତ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ସେ ନେଇ ଜେଏମଏମ ବୈଠକ ପରେ ନିଷ୍ପତି ଚୂଡାନ୍ତ କରିବ । ଏନେଇ ରାଜ୍ୟ ଜେଏମଏମ ରାଜ୍ୟ ସଭାପତି ମହୁଆ ମାଝି କହିଛନ୍ତି ।

Get real time updates directly on you device, subscribe now.