fbpx

ମଦୁଆଙ୍କ ପାଇଁ ଖୁସି ଖବର: ଡିଏଗୋ ଲଞ୍ଚ କଲା ନୂଆ ହ୍ୱିସ୍କି ‘ଗୋଡୱାନ’

ନୂଆଦିଲ୍ଲୀ: ସ୍ପିରିଟ କମ୍ପାନୀ ଡିଏଗୋ ଇଣ୍ଡିଆ ଭାରତରେ ପ୍ରସ୍ତୁତ ଏହାର ପାରମ୍ପାରିିକ ହ୍ୱିସ୍କୀ ଗୋଡୱାନ୍ ବଜାରରେ ଲଞ୍ଚ କରିବାକୁ ଗୁରୁବାର ଘୋଷଣା କରିଛି । ଏହି ପ୍ରଡକ୍ଟ ସହିତ କମ୍ପାନୀ ଭାରତୀୟ ବଜାରରେ ନିଜର ଛାପ ଛାଡ଼ିବାକୁ ଚେଷ୍ଟା କରିବ । ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜସ୍ଥାନ ଏବଂ ଦିଲ୍ଲୀ ବଜାରରେ ଉପଲବ୍ଧ ହେବ । ପରେ ଏହା ନିଜର ଉପସ୍ଥିତି ସମଗ୍ର ଭାରତରେ ଜାହିର କରିବା ବୋଲିବ ଘୋଷଣା କରିଛି ।

ସେହିଭଳି ଏହା ଆସନ୍ତା ଏପ୍ରିଲ ମାସରୁ ଦୁବାଇରେ ମଧ୍ୟ ଏହା ଉପଲବ୍ଧ ହେବ । ୨୦୨୧ ଜୁନ୍ ମାସରେ କମ୍ପାନୀ ଏହାର ପ୍ରିମିୟମ କ୍ରାଫ୍ଟ ହ୍ୱିସ୍କୀ ଏପିଟୋମ୍ ରିଜର୍ଭ ମଧ୍ୟ ଲଞ୍ଚ କରିଥିଲା । ଦେଶର ବଛାବଛା ବିକ୍ରୟ କେନ୍ଦ୍ର ଗୁଡ଼ିକର ଅନୁରୋଧକୁ ରକ୍ଷା କରି କମ୍ପାନୀ ଏହାର ପ୍ରାୟ ୨୦୦୦ଟି ବୋତଲ ଉପଲବ୍ଧ କରିଥିଲା ।
ଡିଆଗୋର ମୁଖ୍ୟ ବ୍ୟବସାୟ ଉନ୍ନୟନ ଅଧିକାରୀ ଶ୍ୱେତା ଜୈନ କହିଛନ୍ତି ଯେ ବଦଳୁଥିବ ଭାରତୀୟମାନେ ବିଳାସମୟ ଜୀବନ ଯାପନ ଉପରେ ଗୟୁରୁତ୍ୱ ଦେଉଛନ୍ତି । ଆମର ଏହି ହ୍ୱିସ୍କୀ ଗ୍ରାହକଙ୍କୁ ସେହିପରି ଅନୁଭୁତି ଦେବ । ତେବେ ଦେଶରେ କରୋନା ମହାମାରୀ ଆମର ବ୍ରାଣ୍ଡକୁ ବଜାର ପ୍ରବେଶ କରିବାରେ ବିଳମ୍ବ କରିଥିଲା । ତେବେ ଆମର ଗ୍ରାହକ ଭଲ ଜିନିଷ ଉପଭୋଗ କରିାବକୁ ଯୋଗ୍ୟ ବୋଲି ଆମେ ଅନୁଭବ କରୁଛୁ ।

Get real time updates directly on you device, subscribe now.