fbpx

ଜାଣିଛନ୍ତି କି ଭାରତରେ ପ୍ରଚଳିତ ବିଭିନ୍ନ ରଙ୍ଗର ନମ୍ବର ପ୍ଲେଟର ଅର୍ଥ କ’ଣ ?

ନୂଆଦିଲ୍ଲୀ: ଆମେ ପ୍ରତିଦିନ ଘରୁ କାମକୁ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯିବାପାଇଁ କୌଣସି ନା’ କୌଣସି ଗାଡ଼ିର ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ସମୟରେ ଆପଣ ଗାଡ଼ିରେ ଭିନ୍ନ ଭିନ୍ନ ରଙ୍ଗର ନମ୍ବର ପ୍ଲେଟ୍ ଲାଗିଥିବାର ଲକ୍ଷ୍ୟ କରିଥିବେ । ତେବେ ଆଜି ଆମେ ଭାରତରେ ପ୍ରଚଳିତ ଭିନ୍ନ ଭିନ୍ନ ରଙ୍ଗର ନମ୍ବର ପ୍ଲେଟ ବିଷୟରେ ଜାଣିବା । ଏହି ନମ୍ବର ପ୍ଲେଟକୁ ରିଜନାଲ ଟ୍ରାନ୍ସପୋର୍ଟ ଅଫିସ (ଆରଟିଓ) ପକ୍ଷରୁ ପ୍ରଚଳନ କରାଯାଇଥାଏ । ବିଭିନ୍ନ ମାପଦଣ୍ଡ ଅନୂଯାୟୀ କାରର ରଙ୍ଗ ନିର୍ଦ୍ଧାରିତ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ନମ୍ବର ପ୍ଲେଟ୍ କ’ଣ ସୂଚାଇଥାଏ ।

୧ ଧଳାରଙ୍ଗର ନମ୍ବର ପ୍ଲେଟ ହେଉଛି ସାଧାରଣ ନମ୍ବର ପ୍ଲେଟ୍ । ଏହି ନମ୍ବର ପ୍ଲେଟର ଅର୍ଥ ହେଉଛି, ଉକ୍ତ ଗାଡ଼ି ସାଧାରଣ ନାଗରିକଙ୍କର ଏବଂ ଏହା କେବଳ ପ୍ରାଇଭେଟ୍ ବ୍ୟବହାର ପାଇଁ । ଏହାକୁ କମର୍ସିଆଲ ଭାବରେ ବ୍ୟବହାର କରାଯାଇପାରିବ ନାହିଁ ।

୨ ଯଦି ଗାଡ଼ି ନମ୍ବର ହଳଦିଆ ନମ୍ବର ପ୍ଲେଟ୍ ରେ ଲେଖାଯାଇଛି । ତେବେ ଏହାର ଅର୍ଥ ହେଉଛି ଉକ୍ତ ଗାଡ଼ି କମର୍ସିଆଲ ବ୍ୟବହାର କରାଯାଉଛି । ଏହି ନମ୍ବର ପ୍ଲେଟ୍ ସବୁ କମର୍ସିଆଲ ଗାଡ଼ି ଯେମିତିକି ଟ୍ରକ୍ ଟ୍ୟାକ୍ସି ଆଦିରେ ଲାଗିଥାଏ ଏବଂ ଡ୍ରାଇଭରଙ୍କୁ ମଧ୍ୟ କମର୍ସିଆଲ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ପରମିଟ୍ ରଖିବାକୁ ପଡ଼େ ।

୩ ନାଲି ରଙ୍ଗର ନମ୍ବର ପ୍ଲେଟ୍ ଏବଂ ଏହା ଉପରେ ଯଦି ଅଶୋକସ୍ତମ୍ଭର ପ୍ରତୀକ ରହିଛି । ଏହା ହେଉଛି ଭାରତର ମହାମହିମ ରାଷ୍ଟ୍ରପତି କିମ୍ବା ରାଜ୍ୟର ରାଜ୍ୟପାଳଙ୍କ ଗାଡ଼ି ।

୪ ନୀଳ ରଙ୍ଗର ନମ୍ବର ପ୍ଲେଟ୍: ନୀଳ ରଙ୍ଗର ନମ୍ବର ପ୍ଲେଟ ଉପରେ ଧଳା ରଙ୍ଗର ଅକ୍ଷର ଲେଖାଯାଇଥିଲେ ତାହା କୌଣସି ବୈଦେଶିକ ଅଧିକାରୀଙ୍କ ଗାଡ଼ିକୁ ବୁଝାଏ ।

୫ କଳା ରଙ୍ଗର ନମ୍ବର ପ୍ଲେଟ୍ ରେ ହଳଦିଆ ରଙ୍ଗର ଲେଖାଯାଇଥିଲେ, ଏହି ନମ୍ବର ପ୍ଲେଟରୁ ଆପଣ ଜାଣିପାରିବେ ଯେ ଏହି ଗାଡ଼ି କମର୍ସିଆଲ କିନ୍ତୁ କେବଳ ଆପଣ ଏହାକୁ ନିଜ ପାଇଁ ଭଡ଼ାରେ ନେଇପାରିବେ । ଏହି ଗାଡ଼ିରେ ଆପଣ କୌଣସି କମର୍ସିଆଲ ବ୍ୟବସାୟ କରିପାରିବେ ନାହିଁ । ଜୁମ୍ କାର୍ ଜଷ୍ଟରାଇଡ୍ ଷ୍ଟାର୍ଟଅପ୍ ଏହାର ଉଦାହରଣ ।

୬ ନମ୍ବର ପ୍ଲେଟ୍ ଯେଉଁଥିରେ ଉପରକୁ ତୀର ଚିହ୍ନ ରହିଥାଏ: ଏହି ନମ୍ବର ପ୍ଲେଟ୍ ଥିବା ଗାଡ଼ିଗୁଡ଼ିକ ହେଉଛି ଭାରତୀୟ ସେନାର । ଏହି ସବୁ ଗାଡ଼ିଗୁଡ଼ିକ ରକ୍ଷାମନ୍ତ୍ରାଳୟ ଅଧୀନରେ ରେଜିଷ୍ଟର ହୋଇଥାଏ । ଏହାର ନମ୍ବର ପ୍ଲେଟରେ ଗାଡ଼ିର ରେଜିଷ୍ଟ୍ରେସନ ବର୍ଷ । ଗାଡ଼ିର କ୍ଲାସ ଏସବୁ ରହିଥାଏ ।

୭ ଗ୍ରୀନ୍ ନମ୍ବର ପ୍ଲେଟ୍ : ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ପ୍ରକାର ଇଲେକ୍ଟ୍ରିକ୍ ଯାନ ପାଇଁ ଗ୍ରୀନ ନମ୍ବର ପ୍ଲେଟ୍ ଧାର୍ଯ୍ୟ କରାଯାଇଛି ।

୮ ଲାଲ୍ ନମ୍ବର ପ୍ଲେଟରେ ଧଳା ଅକ୍ଷରରେ ଲେଖାଯାଇଥିବା ଗାଡ଼ିର ଅର୍ଥ ହେଉଛି ଏହା ଅସ୍ଥାୟୀ ନମ୍ବର ପ୍ଲେଟ୍ । ଏହା କୌଣସି ନୂଆ କାରରେ ଲଗାଯାଇଥାଏ । ଯାହା କେବଳ ୧ ମାସ ପାଇଁ ବୈଧ ଥାଏ । ଅବଶ୍ୟ କିଛି ରାଜ୍ୟରେ ଏଭଳି ନମ୍ବର ପ୍ଲେଟ ଲଗାଇବାକୁ ଅନୁମତି ନାହିଁ ।

Get real time updates directly on you device, subscribe now.