ମୁମ୍ବାଇ: ବଲିଉଡ଼ ଜଗତର ଭେଟରାନ ଅଭିନେତା ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଦିଲ୍ଲୀପ କୁମାରଙ୍କ ଟ୍ବିଟର ଆକାଉଣ୍ଟରୁ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ମିଳିପାରିଛି ।
ଦିଲ୍ଲୀପ କୁମାରଙ୍କ ଆକାଉଣ୍ଟରୁ ଟ୍ୱିଟ କରାଯାଇଛି । ଜଲୀଲ ପାରକର ନାମକ ଡାକ୍ତର ଦିଲ୍ଲୀପଙ୍କ ଚିକିତ୍ସା କରୁଛନ୍ତି । ସେ ଅପଡେଟ ଦେଇ କହିଛନନ୍ତି ଯେ, ଭେଣ୍ଟିଲେଟର ନୁହେଁ ବରଂ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ଦିଲ୍ଲୀପ ସାହବ । ଏବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । pleural aspiration ପାଇଁ କିଛି ଟେଷ୍ଟର ରେଜଲ୍ଟ ପାଇଁ ଅପେକ୍ଷା କରିଛୁ । ଏହି ପ୍ଲାଟଫର୍ମରେ ରେଗୁଲାର ଅପଡେଟ ହେବ ।’
Update at 11:45am.
Dilip Saab is on oxygen support – not on ventilator. He is stable. Waiting for few test results to perform pleural aspiration : Dr Jalil Parkar, chest specialist treating Saab.Will update regularly.
— Dilip Kumar (@TheDilipKumar) June 7, 2021
ଏହା ସହ ଅନ୍ୟ ଏକ ପୋଷ୍ଟରେ ଗଣମାଧ୍ୟକୁ ଅନୁରୋଧ କରି କୁହାଯାଇଛି ଯେ, ଦିଲ୍ଲୀପ ସାହବଙ୍କ କୋଟି କୋଟି ପ୍ରଂଶସକଙ୍କୁ ଆପଣଙ୍କ ଦ୍ୱାରା ଖବର ମିଳୁଛି । ଆପଣଙ୍କୁ ଅନୁରୋଧ ଯେ ଏହି ଗୁଜବ ବନ୍ଦ କରିବାକୁ ଆମକୁ ସାହାର୍ଯ୍ୟ କରନ୍ତୁ । ଏହି ପ୍ଲାଟଫର୍ମରେ ରେଗୁଲାର ଅପଡେଟ ପୋଷ୍ଟ ହେବ ।
मीडिया के सभी लोगों से एक एहम गुज़ारिश
साहब के करोड़ो फँस को आप के द्वारा अपडेट मिलती है आप से विनती है की अफवाओं को रोकने में हमारी मदद करें. ये प्लेटफार्म पर रेगुलर अपडेट पोस्ट होगी.— Dilip Kumar (@TheDilipKumar) June 7, 2021
ତେବେ ସ୍ୱାସ୍ଥ୍ୟଜନିତ କାରଣରୁ ଗତମାସରେ ସେ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ସମସ୍ତ ରିପୋର୍ଟ ଆସିବା ପରେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ରୁଟିନ୍ ଚେକଅପ୍ କରିବା ନିମନ୍ତେ ସେ ହସ୍ପିଟାଲ ଯାଇଥିବା ନେଇ ତାଙ୍କ ପତ୍ନୀ ସାୟରା ବାନୋ ସୂଚନା ଦେଇଥିଲେ । ବର୍ତ୍ତମାନ ଦିଲ୍ଲୀପ ୯୮ ବର୍ଷ ବୟସରେ ଉପନୀତ ହୋଇସାରି ଥିବାରୁ କରୋନାକୁ ନେଇ ସେ ଖୁବ୍ ସତର୍କତା ଅବଲମ୍ବନ କରୁଛନ୍ତି । କୋଭିଡ୍ କାରଣରୁ ସେ ତାଙ୍କର ଜନ୍ମଦିନ ପାଳନ କରିନଥିଲେ । ଗତବର୍ଷ କରୋନାରେ ଦିଲ୍ଲୀପ ନିଜର ଦୁଇ ଭାଇଙ୍କୁ ହରାଇଥିଲେ ।