fbpx

ୟୁଏଇ ପରେ ଟି-୨୦ ବିଶ୍ୱ କପ୍ ଆୟୋଜନ ଦୌଡରେ ସାମିଲ ହେଲା ଏହି ଦେଶ, ବିସିସିଆଇ ସହ ଚାଲିଛି ଆଲୋଚନା

ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଟି-୨୦ ବିଶ୍ୱ କପ ୨୦୨୧ର ଆୟୋଜନ ଭାରତରେ ହେବ କି ନାହିଁ ସସପେନ୍ସ ଜାରି ରହିଛି । କିନ୍ତୁ ବିସିସିଆଇ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନ୍ୟ ଦେଶରେ ହେଲେ ମଧ୍ୟ ଟି-୨୦ ବିଶ୍ୱ କପ୍ ଆୟୋଜନ କରିବାକୁ ଚାହୁଁଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରେ ବିଶ୍ୱ କପ୍ ଆୟୋଜନ ହେବାର ସମ୍ଭାବନା ଖୁବ୍ କମ ରହିଛି । ତେଣୁ ବିସିସିଆଇ ଏହାର ଆୟୋଜନ ୟୁଏଇରେ କରିବାକୁ ଯୋଜନା କରୁଛି । କିନ୍ତୁ ବିସିଆଇ ୟୁଏଇ ବ୍ୟତୀତ ଶ୍ରୀଲଙ୍କାରେ ବିଶ୍ୱ ଆୟୋଜନ ପାଇଁ ବିଚାର କରୁଛି । ଏନେଇ ଶ୍ରୀଲଙ୍କା ବୋର୍ଡ ସହ ଆଲୋଚନା ଜାରି ରହିଛି ।

ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ବିସିସିଆଇ ଏବଂ ୟୁଏଇ ମଧ୍ୟରେ ଟି-୨୦ ବିଶ୍ୱ କପ ଆୟୋଜନ ପାଇଁ ଆଲୋଚନା କରାଯାଉଛି । ଏହାକୁ ମଧ୍ୟ ଏଡାଇ ଦିଆଯାଇ ପାରିବ ନାହିଁ ଯେ, ୟୁଏଇରେ ଆଇପିଏଲ ବ୍ୟତୀତ ଅନ୍ୟ ମୁକାବିଲା ମଧ୍ୟ ଖେଳାଯିବାର ଅଛି । ଏମିତିରେ ବିଶ୍ୱ କପ ସମୟରେ ପିଚର ସ୍ଥିତି ସେତେଟା ମ୍ୟାଚ୍ ପାଇଁ ଅନୁକୂଳ ରହିବ ନାହିଁ । ତେଣୁ ଖେଳିବା ପରିବେଶକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ବୋର୍ଡ ସହ ମଧ୍ୟ ଆଲୋଚନା ଜାରି ରହିଛି । ମାତ୍ର ବର୍ତମାନ ବିସିସିଆଇ ସହ ଶ୍ରୀଲଙ୍କା ବୋର୍ଡର ପ୍ରାରମ୍ଭିକ ଆଲୋଚନା ଚାଲିଥିବା ଅଧିକାରୀ କହିଛନ୍ତି ।

ଅଧିକାରୀ କହିଛନ୍ତି, ଏହି ବିଷୟରେ ଆଇସିସିକୁ ମଧ୍ୟ ସୂଚିତ କରିବାର ଅଛି । ଯଦି ଭାରତରୁ ଆୟୋଜନ ସ୍ଥାନାନ୍ତର ହୁଏ ତେବେ ବିିସିସିଆଇ ହାତରେ ଆୟୋଜନ ଦାୟିତ୍ୱ ରହିବ । ୟୁଏଇରେ ତିନୋଟି ଭେନ୍ୟୁ ସାରଜା, ଦୁବାଇ ଓ ଆବୁଧାବି ରହିଛି । ଅନ୍ୟପଟେ ଶ୍ରୀଲଙ୍କାରେ ମଧ୍ୟ ଆୟେଜନର ଅନେକ ବିକଳ୍ପ ରହିଛି । ତେଣୁ ଏବେ ଶ୍ରୀଲଙ୍କା ବିଶ୍ୱ କପ ଆୟୋଜନ ସ୍ଥଳ ଭାବେ ବିସିିସିଆଇ ପାଇଁ ବିକଳ୍ପ ପାଲଟିଛି ।

ଉଲ୍ଲେଖନୀୟ, ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲର ଅବଶିଷ୍ଟ ୩୧ ମ୍ୟାଚ୍‌ ଆୟୋଜନ ପାଇଁ ୟୁଏଇରେ ବିସିସିଆଇର ପ୍ରସ୍ତୁତି ଜାରି ରହିଛି । କୁହାଯାଉଥିଲା ଯେ, ଆଇପିଏଲ ପରେ ୟୁଏଇ ଏବଂ ଓମାନର ରାଜଧାନୀ ମସ୍କଟରେ ଟି ୨୦ ବିଶ୍ୱ କପ୍ ଆୟୋଜନ ହେବ ।

 

Get real time updates directly on you device, subscribe now.