fbpx
BSKY
BJD SHG SKY
BJD YOUTH SKY

ଏହି ବିଶେଷ ପତ୍ର ଖାଇବା ଦ୍ୱାରା ମଧୁମେୟ ରୋଗୀଙ୍କୁ ମିଳିଥାଏ ଫାଇଦା: ଜାଣନ୍ତୁ ଏହାକୁ ଖାଇବାର ଉପାୟ

ଆଜିକାଲି ମଧୁମେୟ ରୋଗ ଏକ ସାଧାରଣ ରୋଗ ହୋଇଗଲାଣି । ବର୍ତ୍ତମାନ ଅଧିକାଶଂ ଲୋକେ ମଧୁମେୟ ରୋଗରେ ପୀଡିତ। ଏହି ରୋଗୀମାନେ ରକ୍ତରେ ଗ୍ଲୁକୋଜର ସ୍ତରକୁ କମାଇବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ତେବେ ଆପଣ ଯଦି ମଧୁମେୟ ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ଶରୀରରେ ଗ୍ଲୁକୋଜର ମାତ୍ରାକୁ କମାଇବାକୁ ଚାହୁଛନ୍ତି ତାହାଲେ ଏହି ସ୍ୱତନ୍ତ୍ର ସବୁଜ ପତ୍ରକୁ ସେବନ କରନ୍ତୁ ।

ମଧୁମେୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ମହଜୁତ ଥିବା ପ୍ରାକସିସ୍ ସଠିକ୍ ଭାବରେ ଇନସୁଲିନ୍ ସିକ୍ରେସନ୍ କରିପରେ ନାହିଁ । ଆମ ଶରୀର ପାଇଁ ଇନସୁଲିନ୍ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ । କାରଣ ଏହା ସାହାର୍ଯ୍ୟରେ ଆମ କୋଷ ଅର୍ଥାତ୍ (ସେଲ୍ )ଗୁଡିକ ରକ୍ତ ମାଧ୍ୟମରେ ଚିନି ବା (ସୁଗାର) ପାଇଥାନ୍ତି । ଯାହାଦ୍ୱାରା ଆମକୁ ଶକ୍ତି ମିଳିଥାଏ । ମଧୁମେୟ ରୋଗୀଙ୍କୁ ସେମାନଙ୍କ ଖାଇବା ପିଇବାର ବିଶେଷ ଧ୍ୟାନ ନେବାକୁ ହୋଇଥାଏ । ନଚେତ୍ ସେମାନଙ୍କ ଶରୀରରେ ବ୍ଲଡସୁଗାରର ମାତ୍ରା ବଢିଯାଏ । ତେବେ ମଧୁମେୟ ରୋଗୀମାନେ ବ୍ଲଡସୁଗାର ମାତ୍ରାକୁ କମାଇବାକୁ ବିଭିନ୍ନ ପ୍ରକାର ପ୍ରାକୃତିକ ଉପାୟ ଅଛି । ଯାହା ଦ୍ୱାରା ସେମାନେ ବ୍ଲଡସୁଗାରକୁ ନିୟନ୍ତ୍ରଣ କରିପାରିବେ ।

ମଧୁମେୟ ରୋଗୀଙ୍କ ପାଇଁ ଲାଭଦାୟକ ପାନମଧୁରୀ ସାଗ : ସମଗ୍ର ବିଶ୍ୱରେ ହୋଇଥିବା ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ୨ପ୍ରକାର ମଧୁମେୟ ରୋଗୀଙ୍କ ପାଇଁ ପାନମଧୁରୀ ସାଗ ବହୁତ ଲାଭ ଦାୟକ ହୋଇଥାଏ । ପ୍ରକୃତରେ ଏହି ପତ୍ର ଗୁଡିକ ଆମ ଶରୀରେ ଥିବା ଇନସୁଲିନ୍ ମାତ୍ରାଓକୁ ବୃଦ୍ଧି କରିଥାଏ ଅର୍ଥାତ୍ ଫ୍ଲକ୍ସେସନକୁ ନିୟନ୍ତ୍ରଣ କରିଥାଏ । ଏଥିସହିତ ବ୍ଲଡସୁଗାରକୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ପାନମଧୁରୀ ସାଗ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସାହାର୍ଯ୍ୟ କରେ, ଯାହାଫଳରେ ଶରୀର ସଂକ୍ରମଣରୁ ରକ୍ଷା ପାଇଥାଏ ।

ପାନମଧୁରୀ ସାଗ କୁ ବ୍ୟବହାର କରିବାର ଉପାୟ :
୧-ଏହି ପତ୍ରକୁ ବିଭିନ୍ନ ଉପାୟରେ ଖାଇବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଏହାର ସ୍ୱାଦକୁ ବଢାଇବା ପାଇଁ ଏଥିରେ ପିଆଜ, ରସୁଣ,ଅଦା, ଜୀରା ଓ ସୋରିଷ ମସଲା ମଧ୍ୟ ବ୍ୟବହାର କରାଯାଇଥାଏ ।

୨- ପାନମଧୁରୀ ସାଗକୁ ଖାଇବାର ସବୁଠାରୁ ସହଜ ଉପାୟ ହେଉଛି ଏହାକୁ ଜୁସ୍ କରି ପିଇ ପାରିବେ । ପ୍ରଥମେ ଏହି ପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ଏଥିରେ ସ୍ୱାଦ ଅନୁସାରେ ଲେମ୍ବୁ ଓ କଳାଲୁଣ ମିଶାଇ ପିଅନ୍ତୁ ।

୩- ଏହି ପତ୍ରକୁ ସୁପ୍ ,ସାଲାଡ, କିମ୍ବା ଆଚାର କରି ଖାଇପାରିବେ । ମଧୁମେୟ ରୋଗୀମାନେ ସେହି ଉପାୟରେ ପାନମଧୁରୀ ସାଗ କୁ ଖାଆନ୍ତୁ ଯେଉଁଥିରେ ତେଲର ବ୍ୟବହାର ବହୁତ କମ୍ ହୋଇଥିବ କିମ୍ବା ବିଲକୁଲ ହୋଇନଥିବ ।

Get real time updates directly on you device, subscribe now.