ପୂର୍ବପୁରୁଷଙ୍କ ସହ ବୁଲୁଥିଲେ ଡାଇନୋସର, ଆସିଲା ନୂଆ ଗବେଷଣାର ତଥ୍ୟ

ଓଡିଶା ଭାସ୍କର: ଯେତେବେଳେ ଡାଇନୋସର କଥା ଆମ ସାମ୍ନାକୁ ଆସେ, ସେତେବେଳେ ପିଲାଠୁ ବଡ଼ ସମସ୍ତଙ୍କ ମନରେ ଏକ ପ୍ରକାରର ଉତ୍କଣ୍ଠା ବଢ଼ିଯାଏ । ସବୁଠାରୁ ବେଶି ଜାଣିବାକୁ ଇଛା ହୁଏ ଡାଇନୋସରଙ୍କ ମୃତ୍ୟୁ ପୂର୍ବରୁ ନା ପରେ ଆମର ପୂର୍ବପୁରୁଷମାନେ ବିକଶିତ ହୋଇଥିଲେ ନା ସେମାନଙ୍କ ସହିତ ରହୁଥିଲେ । ତେବେ ଏସବୁ ପ୍ରଶ୍ନର ଉତ୍ତର ପାଇଛନ୍ତି ଇଂଲଣ୍ଡର ବ୍ରିଷ୍ଟଲ ୟୁନିଭର୍ସିଟି ଓ ସୁଇଜରଲ୍ୟାଣ୍ଡର ଫ୍ରିବୋର୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ । ବୈଜ୍ଞାନିକମାନେ କହିଛନ୍ତି ଯେ ୬.୬୦ ନିୟୁତ ବର୍ଷ ପୂର୍ବେ ଗ୍ରହାଣୁ କିମ୍ବା ନକ୍ଷତ୍ରର ଭଙ୍ଗା ଖଣ୍ଡ ପଡ଼ି ଡାଇନୋସର ମରିଛନ୍ତି । ମିଳିଥିବା ଜୀବାଶ୍ମରେ ସେପରି କୌଣସି ପ୍ରମାଣ ନାହିଁ, ଯେଉଁଠି ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀ ଥିଲେ । ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀକୁ ମନୁଷ୍ୟର ପ୍ରାରମ୍ଭିକ ପୂର୍ବଜ ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ଜୀବାଶ୍ମର ଅନୁସନ୍ଧାନ ସମୟରେ ମଲିକ୍ୟୁଲାର କ୍ଲକ୍ ଡାଟାରୁ ଜଣାପଡିଛି ଯେ ଡାଇନୋସରଙ୍କ ସମୟରେ ସେମାନଙ୍କ ବଂଶ ଉପସ୍ଥିତ ଥିଲା ।

ଡାଇନୋସରଙ୍କ ସମୟରେ ଆମ ପୂର୍ବପୁରୁଷ ଅର୍ଥାତ୍ ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀ ଥିବା ନେଇ ଏକ ପରିସଂଖ୍ୟାନ ବିଶ୍ଳେଷଣରୁ ଜଣାପଡ଼ିଛି । କ୍ରିଟେସିୟସ୍ ଯୁଗରେ ସେମାନେ ତାଙ୍କ ସହିତ ବୁଲୁଥିଲେ । ହେଲେ ଏହା ବହୁତ କମ୍ ସମୟ ପାଇଁ ଘଟିଥିଲା । ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ପାଲିଓବାୟୋଲୋଜିଷ୍ଟ ଏମିଲି କାର୍ଲିସଲ କହିଛନ୍ତି ଯେ ଆମେ ହଜାର ହଜାର ବର୍ଷ ପୁରୁଣା ଜୀବାଶ୍ମ ଉପରେ ଅଧ୍ୟୟନ କରିଛୁ । ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀଙ୍କ ପ୍ରାରମ୍ଭିକ ଜୀବମାନଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଇଥିଲା । ତା’ପରେ ହିଁ ସେମାନଙ୍କର ଉତ୍ପତ୍ତି ଓ ଅନ୍ତ ଜଣାପଡ଼ିଥିଲା । ଏହା ଜରିଆରେ ଆମେ ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀଙ୍କ ବିକାଶ କୁ ଚିହ୍ନଟ କରିପାରିବା । ଏହି ତଥ୍ୟକୁ ଅଧ୍ୟୟନ କରିବା ପରେ ଜଣାପଡିଲା ଯେ ସେହି ସମୟରେ ୩୮୦ ଟି ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀ ଥିଲେ, ଯେଉଁଥିରୁ ୨୧.୩ ପ୍ରତିଶତ ଡାଇନୋସର ସମୟରେ ଉପସ୍ଥିତ ଥିଲେ ।

ସେମାନଙ୍କ ବିକାଶରୁ ମାଙ୍କଡ଼, ପ୍ରାଇମେଟ୍‌, ମାଙ୍କଡ଼, କୁକୁର, ବିଲେଇ, କୁକୁଡ଼ା ଓ ଘୋଡ଼ା ସୃଷ୍ଟି ହୋଇଥିଲା । ଫ୍ରିବୋର୍ଗ ବିଶ୍ୱବିଦ୍ୟାଳୟର ବିବର୍ତ୍ତନଶୀଳ ଜୀବବିଜ୍ଞାନୀ ଡାନିଏଲ ସିଲଭେଷ୍ଟ୍ରୋ କହିଛନ୍ତି, “ଆମେ ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀଙ୍କ ବଂଶର ପ୍ରାରମ୍ଭିକ ଚିତ୍ର ନେବାକୁ ଚେଷ୍ଟା କରିଛୁ । ଆମେ ଏହାର ଆରମ୍ଭ ମଧ୍ୟ ଜାଣିବାକୁ ପାଇଛୁ । ବର୍ତ୍ତମାନ ସୁଦ୍ଧା ଆମର ତଥ୍ୟ ଠିକ୍ ଅଛି । ଏହା ସହିତ ଆମେ କୌଣସି ଜୀବର ବିଲୁପ୍ତ ହେବାର ନିକଟତମ ତାରିଖ ବା ବର୍ଷ ଜାଣିପାରିବା ।

ପୃଥିବୀରେ ବହୁତ କମ୍ ଜୀବ ମୃତ୍ୟୁ ପରେ ଜୀବାଶ୍ମ ପାଲଟିଯାଆନ୍ତି । ଅଧିକାଂଶ ନଷ୍ଟ ହୋଇଯାଇଛି । ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବାଶ୍ମର କୌଣସି ଦସ୍ତାବିଜ ନାହିଁ । ଏପରିକି କୌଣସି ଜୀବାଶ୍ମ ମଧ୍ୟ ନାହିଁ । ତେଣୁ ଜୀବାଶ୍ମର ପୁରୁଣା ତଥ୍ୟ ଉପରେ ନଜର ରଖିବାକୁ ପଡ଼ିବ । ଯେତେବେଳେ ବୈଜ୍ଞାନିକମାନେ ଜୀବମାନଙ୍କର ଉତ୍ପତ୍ତି ଏବଂ ବିନାଶ ଉପରେ ଅଧ୍ୟୟନ କରିଥିଲେ, ସେତେବେଳେ ଏହା ଅଧିକ ନିଶ୍ଚିତ ହୋଇଥିଲା ଯେ ସେହି ସମୟରେ ମନୁଷ୍ୟର ପୂର୍ବପୁରୁଷମାନେ ଅର୍ଥାତ୍ ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀମାନେ ଡାଇନୋସରଙ୍କ ସହିତ ବୁଲୁଥିଲେ । କିନ୍ତୁ ଏହା ବହୁତ କମ୍ ସମୟ ପାଇଁ ଥିଲା ।