fbpx

ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ, ଖର୍ଚ୍ଚକୁ ଆଧାର କରି ପ୍ରସ୍ତୁତ ହୋଇଛି ତାଲିକା

ଓଡିଶା ଭାସ୍କର; ଏଣିକି ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ଦର ତାଲିକା ବା ରେଟ୍ ଚାର୍ଟ । ଖର୍ଚ୍ଚକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି । ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା ଖର୍ଚ୍ଚକୁ ଆଧାର କରି ଏକ ରେଟ୍ ଚାର୍ଟ ପ୍ରସ୍ତୁତ ହୋଇଛି । ମହାପ୍ରସାଦ ବିକ୍ରି ନେଇ ପ୍ରାଥମିକ ସ୍ତରର ଦର ତାଲିକା ପ୍ରଦାନ କରିଛନ୍ତି ଶ୍ରୀମନ୍ଦିରର ସୁଆର ଓ ମହାସୁଆର । ତେବେ ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ରେଟ୍ ଚାର୍ଟ ଉପରେ ଆଲୋଚନା ହେବ । ଆଲୋଚନା ପରେ ହିଁ ମହାପ୍ରସାଦର ଚୂଡାନ୍ତ ଦର ତାଲିକା ଦିଆଯିବ ।

ସୂଚନା ଥାଉକି, ଏହି ରେଟ୍ ଚାର୍ଟ ଅନୁସାରେ, ବାଇ ହାଣ୍ଡି ଅନ୍ନ ପାଇଁ ୧୩ଶହ ରୁ ୨୫ଶହ ଟଙ୍କା ରଖାଯାଇଥିବାବେଳେ, ଦାସିଆ ହାଣ୍ଡି କାନିକା ପାଇଁ ୩ହଜାର ଟଙ୍କା ରଖାଯାଇଛି । ସେପଟେ ବଜାର ଦରକୁ ଦେଖି ନୁହେଁ ବରଂ ଭକ୍ତଙ୍କ ଆର୍ଥିକ ସ୍ଥିତି ଓ ଭାବାବେଗକୁ ଦେଖି ମହାପ୍ରସାଦ ଦର ସ୍ଥିର କରାଯିବା ଉଚିତ ବୋଲି କହିଛନ୍ତି ଆଇନଜୀବୀ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ । ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଏହି ରେଟ୍ ଚାର୍ଟ ଲଗାଯିବା ପରେ କେହି ଆଉ ଚଢା ଦରରେ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ । ଯାହା ଫଳରେ ଶ୍ରଦ୍ଧାଳୁ ମାନେ ଉପକୃତ ହେବା ସହ ପରିଚାଳନା ବ୍ୟବସ୍ତା ନିୟନ୍ତ୍ରଣ ଭିତରେ ରହିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.