ମାଗଣାରେ ମିଳିବ ଏସି, ଭାଇରାଲ ହେଉଛି ଏପରି ଫେକ୍ ନ୍ୟୁଜ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜଟି ସମ୍ପୂର୍ଣ୍ଣ ମିଛ। ଏପରି କୌଣସି ଖବର ଦ୍ୱାରା ଆପଣ ଦ୍ୱନ୍ଦ୍ୱରେ ପଡ଼ିବା ଉଚିତ୍ ନୁହେଁ। ସରକାର ଏପରି କୌଣସି ଘୋଷଣା କରିନାହାଁନ୍ତି।

ନୂଆଦିଲ୍ଲୀ: ଭାଇରାଲ ହେଉଛି ଏକ ଫେକ୍ ନ୍ୟୁଜ- ପ୍ରଧାନମନ୍ତ୍ରୀ ମୋଦୀ ଏସି ଯୋଜନା ୨୦୨୫ ର ଏକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି ଫେକ୍ ନ୍ୟୁଜ ପୋଷ୍ଟରେ ଦାବି କରାଯାଉଛି ଯେ ଏହି ଯୋଜନା ଅଧୀନରେ ସରକାର ମାଗଣା ଏସି ବାଣ୍ଟିବେ।

ଦେଶରେ ଖରାର ପ୍ରକୋପ ବଢ଼ୁଛି। ଏପରି ପରିସ୍ଥିତିରେ, ଅଧିକାଂଶ ଲୋକ ଏକ ନୂଆଁ ଏସି କିଣିବାକୁ ଯୋଜନା କରୁଛନ୍ତି। ଏହାର ସୁଯୋଗ ନେଇ ଏକ ଫେକ୍ ନ୍ୟୁଜକୁ ଭାଇରାଲ କରାଯାଉଛି ସୋସିଆଲ ମିଡିଆରେ। କିନ୍ତୁ ମାଗଣା ଏସି ଖବର ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜଟି ସମ୍ପୂର୍ଣ୍ଣ ମିଛ। ଏପରି କୌଣସି ଖବର ଦ୍ୱାରା ଆପଣ ଦ୍ୱନ୍ଦ୍ୱରେ ପଡ଼ିବା ଉଚିତ୍ ନୁହେଁ। ସରକାର ଏପରି କୌଣସି ଘୋଷଣା କରିନାହାଁନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟ ଅନୁଯାୟୀ, ଦାବି କରାଯାଇଛି ଯେ ପ୍ରବଳ ଗରମରୁ ଲୋକଙ୍କୁ ଆରାମ ଦେବା ପାଇଁ, ସରକାରଙ୍କ ପକ୍ଷରୁ ଫାଇଭ ଷ୍ଟାର ଏସି ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି।

ପ୍ରଧାନମନ୍ତ୍ରୀ ମୋଦି ଏସି ଯୋଜନା ୨୦୨୫ ନାମକ ଯୋଜନା ମାଧ୍ୟମରେ ଲୋକମାନଙ୍କୁ ଫାଇଭ ଷ୍ଟାର ଏସି ମିଳିବ। ଏ ସମ୍ପର୍କରେ ଏକ ସରକାରୀ ଘୋଷଣା ମେ ମାସରେ କରାଯାଇପାରେ । ଏଥିପାଇଁ ସରକାର ୧.୫ କୋଟି ଏସି ଅର୍ଡର କରିଥିବା ମଧ୍ୟ ମେସେଜରେ ଦାବି କରାଯାଇଛି। ପଞ୍ଜିକରଣ କରିବା ପରେ, ଆପଣ ୩୦ ଦିନ ମଧ୍ୟରେ ଏହି ଏସି ପାଇବେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟକୁ ପିଆଇବି ନକଲି ବୋଲି ଘୋଷଣା କରିଛି। ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦିଆଯାଇଛି।

ପୋଷ୍ଟରେ ଲେଖାଯାଇଛି, “ସୋସିଆଲ ମିଡିଆରେ ଏକ ପୋଷ୍ଟ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ଦାବି କରାଯାଉଛି ଯେ ‘ପ୍ରଧାନମନ୍ତ୍ରୀ ମୋଦୀ ଏସି ଯୋଜନା ୨୦୨୫’ ଅଧୀନରେ, ସରକାର ମାଗଣାରେ ୫-ତାରକା ଏୟାର କଣ୍ଡିସନର ଯୋଗାଇବେ ଏବଂ ୧.୫ କୋଟି ଏସି ପୂର୍ବରୁ ନିର୍ମିତ ହୋଇସାରିଛି।

ଏହି ଦାବି ମିଛ, ଲୋକଙ୍କୁ ଭ୍ରମିତ କରାଯାଉଛି। ସରକାରଙ୍କ ପକ୍ଷରୁ ମାଗଣା ଏସି ଯୋଗାଇବା ପାଇଁ କୌଣସି ଯୋଜନା ଘୋଷଣା କରାଯାଇ ନାହିଁ। ତେଣୁ ଏହି ଖବରରୁ ଦୂରରେ ରୁହନ୍ତି।