fbpx

ସମୟ ପୂର୍ବରୁ ଭାଗ କରିନିଅନ୍ତୁ ସମ୍ପତ୍ତି, ସବୁ କିଛି ସମାଧାନ କରିପାରିବେ ନାହିଁ ନୋମିନି, ଭବିଷ୍ୟତରେ ହେବନି କୌଣସି ସମସ୍ୟା

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ଦେଖାଦେଉଛି । ଟିକିଏ ବି ଏପଟ ସେପଟ ହେଲେ ହଣାକଟା ପର୍ଯ୍ୟନ୍ତ କଥା ଯାଉଛି । ତେଣୁ ଲିଗାଲ ଆଡ୍‌ଭାଇଜରମାନେ ପରାମର୍ଶ ଦେଇଥାନ୍ତି କି ଅବସର ନେବା ପରେ ସମ୍ପତ୍ତି ଭାଗବଣ୍ଟା ବିଷୟରେ ଚିନ୍ତା କରିବା ଉଚିତ । କେତେକାଂଶରେ ବ୍ୟକ୍ତି ଜଣଙ୍କ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ମଧ୍ୟ ରିଟାରମେଣ୍ଟ ପୂର୍ବରୁ ‘will’ ପ୍ରସ୍ତୁତ କରିପାରିବ । ଏହା ଦ୍ୱାରା ପରବର୍ତ୍ତୀ ସମୟରେ ମାଲିକ କିମ୍ବା ନୋମିନିକୁ ବିଶେଷ ସମସ୍ୟ ହୋଇନଥାଏ ।

ଏକ ଦଶନ୍ଧି ପୂର୍ବରୁ ସରକାରୀ ସେବାରୁ ଅବସର ନେଇଥିଲେ ବରିଷ୍ଠ ପଦବୀ ଥିବା ଜନୈକ ଦମ୍ପତି । ସେମାନଙ୍କର କୌଣସି ସନ୍ତାନ ନଥିଲେ । ତେଣୁ ଜୀବନର ଅବଶିଷ୍ଟାଂଶ ସମୟ ସେମାନେ ସାଙ୍ଗସାଥୀ ଏବଂ ସମ ବୟସ୍କଙ୍କ ସହ ବିତାଇବା ପାଇଁ ଅବସରପ୍ରାପ୍ତ କମ୍ୟୁନିଟିକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦମ୍ପତିଙ୍କ ଅମାପ ଧନ ସମ୍ପତ୍ତି ଥିଲା । ଦମ୍ପତି ଏକ ଆଧ୍ୟାତ୍ମିକ ଗୋଷ୍ଟୀର ଅଂଶ ମଧ୍ୟ ଥିଲେ । ପରବର୍ତ୍ତୀ ସମୟରେ ଦମ୍ପତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା । ଏହା ପରେ ସେମାନେ ନିଜ ଭଣଜା ଓ ଭାଣିଜିଙ୍କ ସହ ରହିଲେ । ଦମ୍ପତି ଭଣଜା ଭାଣିଜିଙ୍କ ଓ ଖୁଡ଼ି ସର୍ମ୍ପକ ହେବେ । ତାଙ୍କ ସେବାରୁ ସନ୍ତୁଷ୍ଟ ହୋଇ କାକା ସେମାନଙ୍କୁ ସମ୍ପତ୍ତିରୁ କ’ଣ ଚାହୁଁଛନ୍ତି ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ କହିଥିଲେ । ପରେ କୋଭିଡ୍ ସମୟରେ କାକାଙ୍କ ଦେହାନ୍ତ ହେବା ପରେ ନୋମିନି ଭାବରେ ଖୁଡ଼ିଙ୍କ ଉପରେ ସମ୍ପତ୍ତି ଭାଗବଣ୍ଟା କରିବାର ବୋଝ ପଡ଼ିଲା । ସେ ମଧ୍ୟ ସମ୍ପତ୍ତିର ଭାଗବଣ୍ଟା କରିବାକୁ ପ୍ରସ୍ତୁତ ନଥିଲେ । କିନ୍ତୁ ତାଙ୍କ ସ୍ୱାମୀ ଏକ ଚିଠି ଛାଡ଼ିଯାଇଥିଲେ ଯେଉଁଥିଲେ ଉଲ୍ଲେଖ ଥିଲା କି ମୋଟ୍ ସମ୍ପତ୍ତି ସମାନ ଭାବରେ ୩ ଜଣ(ଭଣଜା, ଭାଣିଜି ଓ ପତ୍ନୀ)ଙ୍କ ନାଁରେ ଭାଗ କରାଯିବ । ସମ୍ପତ୍ତିର ୪ର୍ଥ ଅଂଶ ଦାନରେ ଦିଆଯିବ । ଏଥିମଧ୍ୟରେ ସମ୍ପତ୍ତିର ୧୦ ଜଣ ଦାବିଦାର ହୋଇସାରିଲେଣି । ଉପରୋକ୍ତ ଉଦାହରଣ ମାଧ୍ୟମରେ ଲୋକସ୍କୁ ସତର୍କ କରାଯାଉଛି କି ସମୟ ଥାଉ ଥାଉ ‘will’ ପ୍ରସ୍ତୁତ କରିଦିଅନ୍ତୁ ଯେପରି ପରବର୍ତ୍ତୀ ସମୟରେ କୌଣସି ଅସୁବିଧା ନହୁଏ । ଏହା ଦ୍ୱାରା

– ନୋମିନୀ(ପତ୍ନୀ, ପୁତ୍ର, ଝିଅ ଇତ୍ୟାଦି)ଙ୍କୁ ବାରମ୍ବାର କୋର୍ଟ ଦୌଡ଼ିବା ଠାରୁ ମୁକ୍ତି ମିଳିଥାଏ ।

– ଅବସର କିମ୍ବା ଆପଣଙ୍କ ଦେହାନ୍ତ ପରେ ଆପଣଙ୍କ ପତ୍ନୀ ଓ ପରିବାର ସଦସ୍ୟଙ୍କୁ ଭଡ଼ା ଠାରୁ ଆସୁଥିବା ଆୟ ଉପରେ ନିର୍ଭରଶୀଳ ରହିବା ଅନେକାଂଶରେ ଅସୁରକ୍ଷିତ ଅଟେ । ତେଣୁ ସଞ୍ଚୟ ଏବଂ ନିବେଶ ଅର୍ଥକୁ ଏକତ୍ର କରି ବ୍ୟାଙ୍କରେ ଜମା କରନ୍ତୁ ।

– ଆପଣ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ସମୟରେ ‘will’ ପ୍ରସ୍ତୁତ କରିଦିଅନ୍ତୁ ।

– ଅବସର ପରେ ଅଚଳା ସମ୍ପତ୍ତିର ସଂଖ୍ୟା ହ୍ରାସ କରିଦିଅନ୍ତୁ ।

Get real time updates directly on you device, subscribe now.