fbpx

୪୦ ଦିବ୍ୟାଙ୍ଗରେ ଚାଲିଛି ‘ଇକୋଜ୍‌ର’ କାଫେ, ସାଙ୍କେତିକ ଭାଷାରେ ଗ୍ରାହକଙ୍କୁ ଦେଉଛନ୍ତି ସର୍ଭିସ୍, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଦିବ୍ୟାଙ୍ଗଙ୍କୁ ରୋଜଗାରକ୍ଷମ କରିବାରେ ସାହାଯ୍ୟ କରୁଛି ‘ଇକୋଜ୍‌ର’ କାଫେ । ଏହା ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନରେ ଅବସ୍ଥିତ । କାଫେଟି ସମ୍ପୂର୍ଣ୍ଣ ଭାବେ ବାକ୍‌ ଓ ଶ୍ରବଣ ବାଧିତ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ । ଗ୍ରାହକଙ୍କ ସହ ସେମାନେ ସାଙ୍କେତିକ ଭାଷାରେ ହିଁ ଭାବ ବିନିମୟ କରିଥାନ୍ତି । ଖାଦ୍ୟ ଅର୍ଡର ଲାଗି ପ୍ରତି ଖାଦ୍ୟ ତଥା ମେନୁରେ ସ୍ୱତନ୍ତ୍ର କୋର୍ଡ ନିର୍ଦ୍ଧାରିତ କରାଯାଇଛି । ସେହିପରି କୋର୍ଡ ଲେଖି ଖାଦ୍ୟ ଅର୍ଡର ଦେବା ପାଇଁ ଗ୍ରାହକଙ୍କୁ ନୋଟ୍‌ପ୍ୟାଡ୍‌ ମଧ୍ୟ ପ୍ରଦାନ କରାଯାଏ ।

 

 

View this post on Instagram

 

A post shared by WhatsHot Delhi (@whatshotdelhi)

 

ଅନ୍ୟପଟେ ଟେବୁଲ ଉପରେ ଗ୍ରାହକଙ୍କ ଲାଗି ‘ୱାଟର ପ୍ଲିଜ୍‌’, ‘ବିଲ୍‌’, ‘ଥ୍ୟାଙ୍କ୍‌ ୟୁ’ ଆଦି ଲେଖା ଥିବା ପ୍ଲାକାର୍ଡ ମଧ୍ୟ ରଖାଯାଇଛି । ଚାରିବର୍ଷ ତଳେ କେତେକ ସାଙ୍ଗ ଏହାକୁ ମିଶି ଆରମ୍ଭ କରିଥିଲେ । ଉକ୍ତ କାଫେରେ ଏବେ ୪୦ ଜଣ ଦିବ୍ୟାଙ୍ଗ କାମ କରୁଛନ୍ତି । ଲୋକମାନେ ଏଭଳି ଏକ କାଫେର ପରିକଳ୍ପନାକୁ ପସନ୍ଦ ଓ ପ୍ରଶଂସା କରୁଥିବା ବେଳେ ଏହାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ହେବା ପରେ ତାହା ସଭିଁଙ୍କ ଦୃଷ୍ଟିଆକର୍ଷଣ କରୁଛି ।

Get real time updates directly on you device, subscribe now.